ଶୁଭ ନା ଅଶୁଭ ସଂଙ୍କେତ . ଏମିତି କେବେ ହୋଇନି ବୋଧେ . ଶ୍ରୀମନ୍ଦିର ଉପରେର ଉଡ଼ିଲେ ମାଳ ମାଳ ପକ୍ଷୀ . ଯାହାକୁ ଦେଖିବା ପରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ବୁଝିପାରିନଥିଲେ ଏହା କଣ ହେଉଛି ? . ଏମିତି କାହିଁକି ମାଳ ମାଳ ପକ୍ଷୀ ଆକାଶରେ ଉଡ଼ୁଛନ୍ତି . ସେମାନେ ମଧ୍ୟ ଅବାକ ହୋଇଯାଇଥିଲେ . ତେବେ ଦର୍ଶକ ବନ୍ଧୁ ଆମେ ଜାଣନ୍ତି ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ପ୍ରଥମେ ପଶୁ ପକ୍ଷୀମାନେ ଜାଣିପାରିଥାନ୍ତି . ହୁଏ ବାତ୍ୟାର ସଂଙ୍କେତ ପାଇ ପକ୍ଷୀମାନେ ଏପରି ଉଡୁଥାଇ ପାରନ୍ତି .
ତେବେ ଶ୍ରୀକ୍ଷେତ୍ର ପୁରୀ ସେଠାରେ ସବୁ ବେଳେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଜମିଥାଏ .ସେହିପରି ବଡ଼ଦାଣ୍ଡରେ ଲୋକଙ୍କ ମାନେ ଯିବା ଆସିବା କରୁଥିଲେ .ହଠାତ ଏତିକି ବେଳେ ମାଳ ମାଳ ପକ୍ଷୀମାନେ ଉଡ଼ିବାକୁ ଲାଗିଲେ .ସେଠାରେ ଥିବା ଲୋକ ମାନେ ଏମିତି କାହିଁକି ହେଉଛି ବୋଲି ବୁଝିପାରିନଥିଲେ .ସମସ୍ତେ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥିଲେ . ଦୁଇ ଦିନ ଯାଏଁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ହବିଷ୍ୟାଳି .ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସନ .
ଭୀଷଣ ବାତ୍ୟାର ରୂପ ନେଇ ମାଡ଼ି ଆସୁଛି ବାତ୍ୟା ଦାନା .ସମୁଦ୍ରରେ ବଳ ଗୋଟାଇ ଉପକୂଳ ଆଡକୁ ମାଡ଼ି ଆସୁଛି ଦାନା .ଆଜି ରାତିରେ ସ୍ଥଳଭାଗ ଛୁଇଁ ରଚିବ ତାଣ୍ଡବ ଲୀଳା.ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୦୦ରୁ ୧୨୦ କିମି ରହିବ . ପ୍ରଭାବରେ ଅତିରୁ ଅତିପ୍ରବଳ ବର୍ଷା ହେବ .ବର୍ତମାନ ଏହା ପାରାଦ୍ୱୀପଠାରୁ ୨୮୦ କିମି ଦକ୍ଷିଣ ପୂର୍ବ ଦିଗରେ ଓ ଧାମରା ବନ୍ଦରଠାରୁ ୩୧୦ କିମି ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି . ଘଂଟାପ୍ରତି ୧୫ କିମି ବେଗରେ ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ଦାନା .ଆଜି ମଧ୍ୟରାତ୍ରିରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ