ମାଡି ଆସୁଛି ବାତ୍ୟା ଭୟଭୀତ ହେଉଛନ୍ତି ଲୋକେ । ବାତ୍ୟା ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଥିବାବେଳେ ଆଭ୍ୟନ୍ତରୀଣ ଓଡିଶାରେ ମଧ୍ୟ ବର୍ଷା ଆରମ୍ଭ ହୋଇଛି । ଏହାକୁ ଖାତିର ନ କରି ଓଡିଶାବାସୀଙ୍କ ସେବା ପ୍ରତି ନିର୍ଦ୍ଦେଶ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ନିଜର ଦଳୀୟ ନେତା କର୍ମୀ ଓ ବିଧାୟକ ମାନଙ୍କୁ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସୁବିଧା ଓ ଅସୁବିଧା ବୁଝୁଛନ୍ତି । ଯାହାକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ବିଜେଡିର ଫାୟାର ବ୍ରାଣ୍ଡ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଲେଖାଶ୍ରୀଙ୍କ ସହ ହାତ ମିଳାଇଛନ୍ତି ବିଜେଡି ନେତା ପ୍ରଣବ ପ୍ରକାସ ଦାସ । ବାତ୍ୟା ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳ ପ୍ରଭାବିତ ହେବାକୁ ଥିବା ବେଳେ ବାଲେଶ୍ନର ଜିଲ୍ଲାରେ ବାତ୍ୟା ମୁକାବିଲା ପାଇଁ ନିଜର ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ବିଜୁ ଜନତା ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବରିଷ୍ଠ ନେତୃତ୍ୱମାନେ ଯୋଗଦେଇ ଜିଲ୍ଲାର ସମସ୍ତ ପ୍ରଭାବିତ ଅଞ୍ଚଳରେ ଜନ ସାଧାରଣଙ୍କ ସହାୟତା ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ବୈଠକରେ ଦଳର ବରିଷ୍ଠ ନେତୃବୃନ୍ଦ ଯଥା ଶ୍ରୀ ପ୍ରଣବ ପ୍ରକାଶ ଦାସ, ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଶ୍ରୀ ଅଶ୍ଵିନୀ କୁମାର ପାତ୍ର, ଶୀମତୀ ସୁଵାସିନୀ ଜେନା, ଶ୍ରୀ ସ୍ଵରୂପ ଦାସ, ଶ୍ରୀ ସୁକାନ୍ତ ନାୟକ, ଶ୍ରୀ ଗୌତମବୁଦ୍ଧ ଦାସ, ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ଯୋଗ ଦେଇଥିଲେ l ଲ୍ୟାଣ୍ଡଫଲବେଳେ ଅଧିକ ପବନ ବହିବା ସମ୍ଭାବନା ରହିଥିବା ବେଳେ ଭୀଷଣ ବାତ୍ୟାରେ ପରିଣତ ହୋଇଛି ଦାନା । ସ୍ଥଳ ଭାଗକୁ ମାଡି ଆସୁଛି ଦାନା । ଘଣ୍ଟାପ୍ରତି ୧୦୦ ରୁ ୧୨୦ କିଲୋମିଟର ବେଗରେ ବହିବ ପବନ , ଆଜି ସ୍ଥଳ ଭାଗ ଛୁଇଁ ରଚିବ ତାଣ୍ଡବ । ବାତ୍ୟା ଦାନାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା , ଧାମରାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ । ତେବେ ବାତ୍ୟାର ମୁକାବିଲା ପାଇଁ ବିଜେଡିର ନେତାଙ୍କୁ ଏକାଠି ଗୋଟିଏ ବୈଠକରେ ଦେକିବାକୁ ମିଳିଛି ।
You can share this post!
author