ବର୍ଷାରେ ଓଦା ହୋଇ ଦୈାଡିଲେ ମନ୍ତ୍ରୀ . ଲୋକଙ୍କ ସେବା ପାଇଁ ନା ଅଛି ଆଖିରେ ନିଦ ନାଁ ଅଛି ପେଟରେ ଭୋକ .ଏହେଉଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ .ଲୋକଙ୍କ ବିପଦ ବେଳର ସାଥୀ ହୋଇ ସେ ଠିଆ ହୋଇଥିଲେ .ତେବେ ବାତ୍ୟା ସମୟରେ ସ୍ଥତୀ ସମୀକ୍ଷା ପାଇଁ ବିଭିନ୍ନ ଅଂଚଳ ଓ ବାତ୍ୟାଆଶ୍ରୟସ୍ଥଳୀ ବୁଲିଥିଲେ ବିଧାୟକ ସୂର୍ଯ୍ୟବଂଶୀ ସୂରଜ .ଏହି ସମୟରେ ସେ ବଇଁଚା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଂଚିଥିଲେ ,ସେଠାରେ ମନ୍ତ୍ରୀ ବର୍ଷା ପବନକୁ ଖାତିରି ନକରି ବର୍ଷାରେ ଭିଜି ଭିଜି ଲୋକଙ୍କ ସେବା କରୁଥିବା ଦେଖିବାକୁ ମିଳିଥିଲା .
ତେବେ ମଧ୍ୟରାତ୍ରୀରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ଦାନା .ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଭିତରକନିକାରୁ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିଛି ବାତ୍ୟା .ଭିତରକନିକା ହାବାଳିଖଟିରେ ବାତ୍ୟାର ଲ୍ୟାଣ୍ଡଫଲ .ମଧ୍ୟରାତ୍ରି ପ୍ରାୟ ସାଢ଼େ ଗୋଟିଏରୁ ସାଢ଼େ ୩ଟା ମଧ୍ୟରେ ସ୍ଥଳଭାଗ ଛୁଇଁଥିଲା ବାତ୍ୟା .ଦୀର୍ଘ ୫-୬ ଘଂଟା ଧରି ଅର୍ଥାତ ସ୍ଥଳଭାଗରେ ତାଣ୍ଡବ ରଚିଥିବା ବାତ୍ୟା ଦାନା .ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଂଟାପ୍ରତି ୧୧୦ ରୁ ୧୨୦ କିଲୋମିଧର ଥିବା ବେଳେ ସମୁଦ୍ର କୂଳବର୍ତୀ ଅଂଚଳରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା .
ତେବେ ପୂର୍ବରୁ ମଧ୍ୟ ବାତ୍ୟା ଲ୍ୟାଣ୍ଡ କରିବା ପୁର୍ବରୁ ଅନ୍ଧାରରେ ଟ୍ରଚ ଧରି ସାଙ୍ଗରେ କିଛି ଲୋକଙ୍କୁ ନେଇ ବାହାରିଲେ ମନ୍ତ୍ରୀ ଲ୍ୟାଣ୍ଡଫଲ ଜାଗାରେ ବୁଲି ବୁଲି ସମୀକ୍ଷା କରିଥିଲେ. ପରେ ସେଠାରେ କିଛି ଲୋକମାନଙ୍କ ସହ ସେ ଆଲୋଚନା କରିଥିଲେ ଏହା ସହିତ ମନ୍ତ୍ରୀ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସେଠାରେ ଆଶ୍ରୟନେଇଥିବା ମା ମାନଙ୍କୁ ଭେଟି କଥା ହୋଇଥିଲେ