ଖଲିରେ ଭାତ ,ଡାଲି ବାଢ଼ିଲେ ପ୍ରଶାନ୍ତ ଜଗଦ୍ଦେବ . କୁଆଡେ ଗଲେ ଅପରାଜିତା .ଥରେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ .ଜାଣିପାରିଲେ ତ ଇଏ କିଏ ?ଏ ହେଉଛନ୍ତି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ .ବାତ୍ୟା ଦାନାକୁ ନେଇ ଲୋକେ ଭୟଭିତ ଥିବା ବେଳେ . ବିଧାୟକ ପ୍ରଶାନ୍ତ ଜଗଦ୍ଦେଭ ଏହି ସମୟରେ ଲୋକମାନଙ୍କ ପାଖରେ ପହଂଚିଥିଲେ .ପରେ ବାତ୍ୟା ଆଶ୍ରୟସ୍ଥଳୀରେ ପହଂଚି ସେଠାରେ ଲୋକଙ୍କ ସୁରକ୍ଷାକୁ ନେଇ ଆଲୋଚନା କରିଥିଲେ .ଏହାପରେ ସେଠାରେ ଲୋକଙ୍କ ପାଇଁ ଭାତ ,ଡ଼ାଲମା ବାଢ଼ିଥିଲେ ଆଉ ପରସିଥିଲେ . ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି . ଆଉ ଏହାକୁ ଦେଖିବା ପରେ ଲୋକେ କହୁଛନ୍ତି ପ୍ରଶାନ୍ତ ଜଗଦ୍ଦେବ ତ ଆସିଲେ ସାଂସଦ ଅପରାଜିତା ଏହି ସମୟରେ କୁଆଡେ ଗଲେ .
ତେବେ ଦର୍ଶକ ବନ୍ଧୁ ସେ ନିର୍ବାଚନ ହେଉକିମ୍ବା ରାଲି ବିଭିନ୍ନ ସମୟରେ ଲୋକେ ପ୍ରଶାନ୍ତଜଗଦ୍ଦେବଙ୍କ ସହିତ ଲୋକଙ୍କ ପାଖକୁ ଅପରାଜିତାକୁ ଯିବାର ଦେଖିଛନ୍ତି . ତେବେ ଏଭଳି ବାତ୍ୟା ସମୟରେ ଅପରାଜିତା କୁଆଡେ ଗଲେ ବୋଲି ଲୋକେ ଭାବୁଛନ୍ତି .
ତେବେ ମଧ୍ୟରାତ୍ରୀରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ଦାନା .ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଭିତରକନିକାରୁ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିଛି ବାତ୍ୟା .ଭିତରକନିକା ହାବାଳିଖଟିରେ ବାତ୍ୟାର ଲ୍ୟାଣ୍ଡଫଲ .ମଧ୍ୟରାତ୍ରି ପ୍ରାୟ ସାଢ଼େ ଗୋଟିଏରୁ ସାଢ଼େ ୩ଟା ମଧ୍ୟରେ ସ୍ଥଳଭାଗ ଛୁଇଁଥିଲା ବାତ୍ୟା .