ମହାପ୍ରଭୁଙ୍କୁ ଡରିଗଲା ଦାନା…ତାଣ୍ଡବ ରଚିଲା ବାତ୍ୟା ଖାଁ ଖାଁ ଶ୍ରୀକ୍ଷେତ୍ର

ମହାପ୍ରଭୁଙ୍କୁ ଡରିଗଲା ଦାନା…ତାଣ୍ଡବ ରଚିଲା ବାତ୍ୟା ଖାଁ ଖାଁ ଶ୍ରୀକ୍ଷେତ୍ର

ଖାଁ ଖାଁ ଶ୍ରୀକ୍ଷେତ୍ର । ମହାପ୍ରଭୁଙ୍କୁ ଝୁରୁଛନ୍ତି ଭକ୍ତ । ହଁ ଦର୍ଶକବନ୍ଧୁ ଶ୍ରୀମନ୍ଦିରରେ ବସିଛନ୍ତି ସାଢେ ଚାରିକୋଟି ଓଡିଆଙ୍କ ମଉଡମଣି ମହାପ୍ରଭୁ ଜଗତର ନାଥ ଶ୍ରୀ ଜଗନ୍ନାଥ । ଚାଲିଛି ଧର୍ମମାସ କାର୍ତ୍ତିକ ମାସ । ଆଉ ଏପଟେ ଓଡିଶାରେ ତାଣ୍ଡବ କରି ଚାଲିଗଲା ବାତ୍ୟା ଦାନା । ଭକ୍ତଙ୍କ ଅପେକ୍ଷାରେ ରହିଛନ୍ତି ମହାପ୍ରଭୁ । ଯେଉଁ ବଡଦାଣ୍ଡରେ ଦିନେ ଲକ୍ଷ ଲକ୍ଷ ଭକ୍ତଙ୍କର ସୁଅ ଛୁଟୁଥିଲା ଆଜି ସେହି ବଡ ଦାଣ୍ଡ ଜନଶୂନ୍ୟ ହୋଇଯାଇଛି । ବାତ୍ୟା ଦାନାର କରାଳ ରୂପ ଓଡିଶାର ଅଧେ ଅଂଶକୁ ଛାରକାର କରିଦେଇଯାଇଛି । ବାତ୍ୟା ଦାନାର ପ୍ରଭାବ ଧାମରା ଉପକୂଳରେ ଲ୍ୟାଣ୍ଡଫଲ କରିବା ସହିତ ଏହାର ପ୍ରଭାବ ପୁରୀରେ ମଧ୍ୟ ପଡିଛି । ଯାହାଫଳରେ ମହାପ୍ରଭୁଙ୍କୁ ଦର୍ଶନ କରିବାରେ ମଧ୍ୟ ବାଧା ସୃଷ୍ଟି ହୋଇଛି । ବାତ୍ୟା ଦାନା ପ୍ରଭାବରେ ଆଜି ସକାଳୁ ପୁରୀରେ ବର୍ଷା ପବନ ଦେଖାଯାଇଛି । ବାତ୍ୟାର ପ୍ରଭାବରେ ଖାଁ ଖାଁ ପାଲଟିଛି ଶ୍ରୀକ୍ଷେତ୍ର ଧାମ । ଯେଉଁ ଧାମରେ ଦିନେ ଜନସମୁଦ୍ର ଲହରି ଭାଙ୍ଗୁଥିଲା ସେହି ବଡଦାଣ୍ଡ ଆଜି ସମ୍ପୂର୍ଣ୍ଣ ଶୂନ୍ୟ ।  ନିତି କାଳିଆର ଶ୍ରୀମୁଖକୁ ଦର୍ଶନ କରିବା ପାଇଁ ଭକ୍ତଙ୍କର ଲାଇନ ଲାଗୁଥିଲା । ଆଉ ସେ ବାତ୍ୟା ପାଇଁ ଆଜି ଜଗାକୁ ଦର୍ଶନ କରିପାରୁ ନାହାନ୍ତି ଭକ୍ତ ବୃନ୍ଦ । ବାତ୍ୟା ଦାନାକୁ ଆଖି ଆଗରେ ରଖି ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏପରି କିଛି ନିଷ୍ପତ୍ତି ନିଆଯାଇଛି । କାର୍ତ୍ତିକ ମାସରେ ହବିଷ କରିବା ପାଇଁ ଆସିଥିବା ମାଆମାନେ ମଧ୍ୟ ଦୁଇଦିନ କାଳିଆର ଦର୍ଶନ କରିପାରିବେ ନାହିଁ । ତେବେ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏହାର ପ୍ରଭାବରେ ଏବେ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିଛି ।  ଧୀରେ ଧୀରେ ଏହା କମିବା ପରେ ମହାପ୍ରଭୁଙ୍କ ଦର୍ଶନ ସ୍ୱାଭାବିକ ହୋଇପାରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *