ବିପର୍ଯ୍ୟୟର ବାଜିଗର ଶଙ୍ଖପତି ନବୀନ ପଟ୍ଟନାୟକ
ଦାନାକୁ ଚେକ ଦେଇ ଶଙ୍ଖଭବନ ଛାଡିଲେ ବିଜେଡି ସୁପ୍ରିମୋ
ଟୋଲଫ୍ରି ନମ୍ୱର ଜାରିକଲେ ଶଙ୍ଖଭବନରେ ଲୋକଙ୍କୁ ଆଶ୍ରୟ ଦେଲେ
କ୍ଷମତାରେ ନଥାଇ ମଧ୍ୟ ଓଡିଶାର ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟକୁ ସାମ୍ନାକୁ କରିବାକୁ ପଛାଉ ନାହାନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ବିପର୍ଯ୍ୟୟର ବାଜିଗର କୁହାଯାଉଥିବା ନବୀନ ରାଜନୀତିରେ ସିନା ହାରିଯାଇଛନ୍ତି କିନ୍ତୁ ଓଡିଶାର ସାଧାରଣ ଜନତାଙ୍କୁ ସେବା ଯୋଗାଇଦେବାରେ କେବେବି ହାରି ନାହାନ୍ତି । ଦରଦାମ ବୃଦ୍ଧି ଠାରୁ ଆରମ୍ଭ କରି ଯେ ପ୍ରାକୃତିକ ବିପର୍ଯ୍ୟୟ ପର୍ଯ୍ୟନ୍ତ ସବୁଥିରେ ଓଡିଶାବାସୀଙ୍କ ଦମ୍ଭ ସାଜି ଆଗକୁ ଆସିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ଓଡିଶାବାସୀଙ୍କ ସ୍ୱାର୍ଥ ପାଇଁ ଲଢେଇ କରିଛନ୍ତି ଏବଂ ତାଙ୍କୁ ନ୍ୟାୟ ଦେଇଛନ୍ତି । ଠିକ ସେହିପରି ବାତ୍ୟା ଦାନାର ପ୍ରଭାବରେ ସାରା ଓଡିଶାବାସୀଙ୍କ ପାଇଁ ସଚେତନତା ବାର୍ତ୍ତା ଦେବା ସହ ନିଜର ମହନୀୟତା ଦେଖାଇଛନ୍ତି ବିଜେଡି ସୁପ୍ରିମୋ । ବିନା ସରକାରରେ ସରକାରଙ୍କ ପରି କାମ କରୁଛନ୍ତି । ହଁ ଆଜ୍ଞା ବିଜେଡିର ସୁପ୍ରିମୋ ତଥା ଚାଣକ୍ୟ ବୋଲାଉଥିବା ନବୀନ ପାୱାରରେ ନଥାଇ ମଧ୍ୟ ପୁଣିଥରେ ଲୋକଙ୍କ ପାଇଁ ଉଦାହରଣ ସାଜିଛନ୍ତି । ପୁଣିଥରେ ଶାସକ ଦଳକୁ ଦେଇଛନ୍ତି ମାଷ୍ଟରଷ୍ଟ୍ରୋକ । ବାତ୍ୟା ମୁକାବିଲା କରିବା ପାଇଁ ନିଜର ପାର୍ଟି ଅଫିସ ଶଙ୍ଖଭନର ତ୍ୟାଗ କରିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ଯାହା ଏବେ ବାତ୍ୟାର କ୍ଷୟକ୍ଷତି ହୋଇଥିବା ଲୋକଙ୍କ ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ପାଲଟିଛି । ନବୀନଙ୍କ ଏପରି ମହାନତାକୁ ଜନମାନସରେ ପ୍ରଶଂସା କରାଯାଉଥିବା ବେଳେ ଶାସକ ଦଳ ଭାରତୀୟ ଜନତା ପାର୍ଟିକୁ ଏକ ଶକ୍ତ ଝଟକା ଦେଇଛି । କାହିଁକିନା ନିର୍ବାଚନରେ ହାରିବା ପରେ ତୀବ୍ର ଗତିରେ ନବୀନଙ୍କ ଲୋକପ୍ରିୟତା ବଢୁଛି । ବାତ୍ୟା ସଙ୍ଗେ ସଙ୍ଗେ ମୋହନ ସରକାରଙ୍କୁ ଚେକ ଦେବା ପାଇଁ ଏପରି କିଛି ଗେମ ଖେଳିଛନ୍ତି ଶଙ୍ଖପତି ନବୀନ ପଟ୍ଟନାୟକ । ତେବେ ଉଭୟ ବିରୋଧି ଦଳ ଓ ଶାସକ ଦଳ ବାତ୍ୟାର ମହାମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି । ଏବଂ ଶେଷରେ ଓଡିଶାର ସାଧାରଣ ଜନତାଙ୍କ ପାଖରେ ହାର ମାନିଛି ବାତ୍ୟା ଦାନା । ବାତ୍ୟା ଦାନାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହେବା ସହିତ ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି ଏବଂ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ଲୋକଙ୍କୁ ଖାଦ୍ୟା ଦିଆଯିବା ସହ ବିଭିନ୍ନ ବ୍ୟବସ୍ଥା କରାଯାଇଛି ।