ସମସ୍ତେ ଦେଖିଲେ ବାତ୍ୟାର କରାଳ ରୂପ । ସୁ ସୁ ଗର୍ଜନ କରି ମାଡି ଆସିଲା ଦାନା । ଭୋର ସମୟରେ ଏପରି ଥିଲା ଧାମରାରର ସ୍ଥିତି । ହଁ ଦର୍ଶକବନ୍ଧୁ ଭୀଷଣ ବାତ୍ୟାର ପ୍ରଭାବରେ ଟଳିପଡିଲା ଗଛ ଉଡିଗଲା ଛାତଘର । ପ୍ରବଳ ପବନ ସାଙ୍ଗକୁ ବର୍ଷାରେ ପ୍ରକମ୍ଫିତ ହେଲା ଧାମରା । ଭୀଷଣ ରୂପ ଧରି ସ୍ଥଳଭାଗ ଛୁଇଁଲା ବାତ୍ୟା ଦାନା, ଉପକୂଳରେ ରଚିଲା ତାଣ୍ଡବ ଲୀଲା। କେନ୍ଦ୍ରାପଡ଼ା ଭିତରକନିକା ନେଚର ପାର୍କ ହବାଳିଖଟି ନିକଟରେ ଲ୍ୟାଣ୍ଡଫଲ୍ କରିଛି ବାତ୍ୟାର କେନ୍ଦ୍ର ସ୍ଥଳ। ମଧ୍ୟରାତ୍ରି ପ୍ରାୟ ସାଢେ ଗୋଟାଏରୁ ସାଢେ ୩ଟା ମଧ୍ୟରେ ସ୍ଥଳଭାଗ ଛୁଇଁଥିଲା ବାତ୍ୟା। ତେବେ ସକାଳ ୭ ଟା ପର୍ଯ୍ୟନ୍ତ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଥିଲା । ୫ରୁ ୬ଘଣ୍ଟା ଧରି ବାତ୍ୟାର ଲ୍ୟାଣ୍ଡଫଲ ପକ୍ରିୟା ସମୟରେ ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବା ସହିତ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି। ବାତ୍ୟା ଲ୍ୟାଣ୍ଡଫଲ କରିବା ସମୟରେ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ଓ ପବନ ହେବା ସହ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଛି। ବାତ୍ୟା ଯୋଗୁ ପ୍ରାୟ ୬ ଲକ୍ଷ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଅବା ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ମୁଖ୍ୟମନ୍ତ୍ରୀ ବିଳମ୍ବିତ ରାତିରେ ସମୀକ୍ଷା ବୈଠକ କରିଛନ୍ତି। ବାତ୍ୟା ଆଶୟସ୍ଥଳରେ ଥିବା ଲୋଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୋହନ ମାଝି।
You can share this post!
author