ଆଶା ଦିଦିଙ୍କୁ ପ୍ରଶାଂସାରେ ପୋତି ପକାଇଲେ ମୋହନ

ଆଶା ଦିଦିଙ୍କୁ ପ୍ରଶାଂସାରେ ପୋତି ପକାଇଲେ ମୋହନ

ଆଶା ଦିଦିଙ୍କୁ ପ୍ରଶାଂସାରେ ପୋତି ପକାଇଲେ ମୋହନ . ଆଶା ଦିଦିଙ୍କୁ ମୋହନ କହିଲେ ତମେ ଯାହା କରିଛ ପ୍ରଶାଂସା ଯୋଗ୍ୟ . କଣ ଦରକାର କୁହ .ଘର ଓ ଅନ୍ୟ ଆବଶ୍ୟକୀୟ ସହାୟତା ସବୁ ଯୋଗାଇ ଦିଆଯିବ .ଦର୍ଶକ ବନ୍ଧୁ ବାତ୍ୟା ଦାନକୁ ନେଇ ଲୋକେ ଭୟଭିତ ଥିବା ବେଳେ . ସେତେ ବେଳକୁ ବର୍ଷା ସାଙ୍ଗକୁ ପବନ ବୋହିବା ଆରମ୍ଭ ହୋଇଯାଇଥିଲା .ରାସ୍ତ କାଦୁଅରେ ପଚର ପଚର ହୋଇଥିଲା ଚାରିଆଡ଼ ଖାଲି ଖାଁ ଖାଁ ସତେ ଯେମିତି ବାତ୍ୟାର ତାଣ୍ଡବକୁ ଅପେକ୍ଷା . ଆଊ ସମୟରେ ଜୀବନଙ୍କୁ ବାଜିରେ ଲାଗାଇ ଜଣେ ବୃଦ୍ଧାଙ୍କୁ କାନ୍ଦକୁ ଉଠାଇଥିଲେ ଆଶା ଦିଦି ଶିବାନୀ .

ଯେଉଁଥିପାଇଁ ତାଙ୍କୁ ସମସ୍ତେ ପ୍ରଶଂସା କରୁଥିବା ବେଳେ ତାଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ . ଆଉ ତାଙ୍କ ମହାନ କାର୍ଯ୍ୟର ପ୍ରଶାଂସା କରିଛନ୍ତି .ତାଙ୍କର ସୁବିଧା ଅସୁବିଧା ବୁଝିବା ସହ ତାଙ୍କୁ ଘର ଓ ଅନ୍ୟ ଆବଶ୍ୟକୀୟ ସୟାହତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି .ଏନେଇ ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡ଼ିଆ ହାଣ୍ଡେଲ ଟୁଇଟରରେ ଏକ ଫଟୋ ଫୋଷ୍ଟ କରିଛନ୍ତି .ଥରେ ନଜର ପକାନ୍ତୁଏହି ପୋଷ୍ଟ ଉପରେ ଯେଉଁଥିରେ ଲେଖା ହୋଇଛି .ରାଜ୍ୟର ସୁରକ୍ଷା ପାଇଁ ଆଗେଇ ଆସିଛି ମାତୃଶକ୍ତି .ରାଜନଜର ବ୍ଲକ ଖାସମୁଣ୍ଡା ଗ୍ରାମର ଭଉଣୀ ଶିବାନୀ ମଣ୍ଡଳ ଅଦମ୍ୟ ସାହସର ସହ ବାତ୍ୟାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ କରିଥିବା ପ୍ରୟାସ ସମସ୍ତଙ୍କ ପାଇଁ ଏକ ପ୍ରେରଣା .

ତେବେ ବାତ୍ୟା ଦାନାର ପ୍ରଭାବ କେନ୍ଦ୍ରାପଡ଼ା ରାଜନଗର ରାଜକନିକାରେ ଅଧିକ ପଡ଼ିବା ନେଇ ଆକଳନ କରାଯାଉଥିବା ବେଳେ ଆଗକୁ ବାତ୍ୟା ଆଶ୍ରୟସ୍ଥଳୀ ଆସିବା ପାଇଁ ନିଦ୍ଧେର୍ଶ ଦିଆଯାଇଥିଲା . କେନ୍ଦ୍ରାପଡ଼ାରେ ଏକ ଲକ୍ଷ ୨୧ହଜାରଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା . ଆଉ ଏଭଳି ସ୍ଥିତିରେ ଆଶାଦିଦି ଶିବାନୀ ମଣ୍ଡଳଙ୍କ କାମକୁ ସାରା ରାଜ୍ୟ କାହିଁକି ସାରା ଦେଶରେ ପ୍ରଶଂସା କରାଯାଉଛି . ଭାଇରାଲ ହେଉଛି ତାଙ୍କ କାର୍ଯ୍ୟ ଚାରିଆଡୁ ଛୁଟୁଛି ପ୍ରଶଂସାର ଶୁଅ.

author

Related Articles

Leave a Reply

Your email address will not be published. Required fields are marked *