ରାଜ୍ୟରେ ବାତ୍ୟା ଦାନା ନିଜର ତାଣ୍ଡବ କରି ଚାଲିଗଲା କିନ୍ତୁ ଓଡିଶାର ରାଜନୈତିକ ଦଳମାନଙ୍କ ଭିତରେ ବାତ୍ୟା କ୍ରେଜ ନେବାକୁ ଏବେ ଟଣାଓଟରା । ହଁ ଆଜ୍ଞା ଦୀର୍ଘ 24 ବର୍ଷ ଧରି ଓଡିଶାରେ ଆସୁଥିବା ସମସ୍ତ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୂର୍ବରୁ କେନ୍ଦ୍ର ସରକାର ପ୍ରଂଶସା କରିଆସୁଥିଲେ । କିନ୍ତୁ ପ୍ରଥମ କରି ବିଜେପି ସରକାରକୁ ଆସିବା ପରେ ବାତ୍ୟା ଦାନାର ମୁକାବିଲା କରିଛନ୍ତି । ରାତି ଅନିଦ୍ରା ହୋଇ ବାତ୍ୟାର ସମୀକ୍ଷା କରିଛନ୍ତି । ବାତ୍ୟା କ୍ଷୟକ୍ଷତି ନେଇ ହୋଇଥିବା ସମୀକ୍ଷା ବୈଠକରେ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ମନ୍ତ୍ରୀ । 5 ଲକ୍ଷ ଲୋକଙ୍କୁ ବିଜେପି ସରକାର ସ୍ଥାନାସ୍ତର କରାଇଥିବା ବେଳେ ଏପରି କେବେ ବି ନବୀନ କରିନଥିଲେ କି ବାତ୍ୟା ସମୟରେ ଗୃହପାଳିତ ପଶୁଙ୍କୁ ବିଜେପି ସରକାର ଖାଦ୍ୟ ଯୋଗାଇଥିଲେ କିନ୍ତୁ ଏପରି ମଧ୍ୟ କରିନଥିଲେ ପୂର୍ବର ନବୀନ ସରକାର । ବାତ୍ୟା ଦାନାର ପ୍ରଭାବ ଓଡିଶାରେ ପୂର୍ବ ବାତ୍ୟା ବଳି ସେତେଟା ପ୍ରଭାବ ପକାଇନଥିଲେ ମଧ୍ୟ ଏହି ବାତ୍ୟା ଦାନା ତାହାଠାରୁ କମ ରହିଥିଲା । ଏବଂ ପୂର୍ବର ବାତ୍ୟା ତୁଳନାରେ ମଧ୍ୟ କ୍ଷୟକ୍ଷତି କମ ହୋଇଥିଲା । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବାତ୍ୟା ଦାନା ଲ୍ୟାଣ୍ଡଫଲ କରିବା ପରେ ଏବେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଜାରି ରହିଛି । ଆଉ ଏହାରି ଭିତରେ ଶ୍ରେୟ ନେବା ପାଇଁ ତିନି ରାଜନୈତିକ ଦଳ ବିଜେଡି-ବିଜେପି-କଂଗ୍ରେସ ଭିତରେ ଟଣାଓଟରା ଚାଲିଛି । ରାତି ଅନିଦ୍ରା ମୋହନ ସରାକର ମନ୍ତ୍ରୀମାନେ ଯେଉଁ କାର୍ଯ୍ୟ କରିଛନ୍ତି ତାହାକୁ ପ୍ରଶଂସା କରାଯାଉଥିବା ବେଳେ ଉଭୟ ବିଜେଡି କଂଗ୍ରେସ ମଧ୍ୟ ସେପରି କାମ କରିଛନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ । କେବଳ ମୋହନ ସରକାର ନୁହଁନ୍ତି ପୂର୍ବର ନବୀନ ସରକାର ମଧ୍ୟ ବାତ୍ୟା ସମୀକ୍ଷା କରିବାରେ କେବେ ବି ପଛଘୁଞ୍ଚା ଦେଇନାହାନ୍ତି । ଏବଂ କଂଗ୍ରେସର ନେତାମାନେ ମଧ୍ୟ ବାତ୍ୟା ସମୟରେ ଲୋକଙ୍କୁ ସାହାଯ୍ୟ କରିଛନ୍ତି । ତେବେ ଦାନାକୁ ସାମ୍ନା କରିବାରେ କେଉଁ ରାଜନୈତିକ ଦଳ ବେଶ ଆଗୁଆ ଏବଂ ମୋହନ ନା ନବୀନ କିଏ ବାତ୍ୟା ମୁକାବିଲା କରିବାରେ ସଫଳ ହୋଇଛନ୍ତି ତାହା ସାଧାରଣ ଜନତା ହିଁ ବିଚାର କରିବେ ।
You can share this post!
author