ମୋହନଙ୍କ ଜିଲ୍ଲା ଗସ୍ତ ସ୍ଥଗିତ

ମୋହନଙ୍କ ଜିଲ୍ଲା ଗସ୍ତ ସ୍ଥଗିତ

ବାତ୍ୟାର କରାଳ ରୂପ ଓଡିଶାରେ ବିଭୀଷିକା ରଚିବା ପରେ ହନ୍ତସନ୍ତ ଜନ ଜବୀନ । ହବାଳିକଟିଠାରେ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି । ବାତ୍ୟା ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି । ଅନ୍ୟପଟେ ବାତ୍ୟାର ପ୍ରଭାବରେ ବହୁ ଲୋକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କାହାର ଘରବାଡି ଭାଙ୍ଗିଯାଇଛି ତ କେଉଁଠାରେ ବିଦ୍ୟୁତଖୁଣ୍ଟ ଉପୁଡିଯାଇଛି । ବିଭିନ୍ନ ମନ୍ତ୍ରୀ ମାନଙ୍କୁ ମୋହନ ମାଝୀ ଦାୟିତ୍ୱ ବାଣ୍ଟିଛନ୍ତି ଏବଂ ସେମାନେ ନିଜ ନିଜ ଅ଼ଞ୍ଚଳରେ ବାତ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ପ୍ରଦାନ କରୁଥିବା ବେଳେ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । ବାତ୍ୟାରେ କ୍ଷୟକ୍ଷତି ଅଞ୍ଚଳକୁ ସହାୟତା ରାଶି ଘୋଷଣା କରିଛନ୍ତି ମୋହନ ସରକାର । ତେବେ ଉପକୂଳବର୍ତ୍ତୀ ଏରିଆ ମୟୂରଭଞ୍ଜ,କେନ୍ଦ୍ରାପଡା,ଭଦ୍ରକ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏପରି ପରିସ୍ଥିତିରେ ଆଜି ସକାଳୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୈଠକ କରିବା ସହ ବିଦ୍ୟୁତ ସେବା ସନ୍ଧ୍ୟାସୁଦ୍ଧା ସ୍ୱାଭାବିକ ହେବା ନେଇ ସୂଚନା ଦେଇଛନ୍ତି । ଆଜି ଦିନ 10ଟା ସମୟରେ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥାନ୍ତେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆକାଶ ମର୍ଗରୁ ବନ୍ୟା ଅଞ୍ଚଳ ପରିଦର୍ଶନ କରିଥାନ୍ତେ କିନ୍ତୁ ପାଗ ଅନୂକୂଳ ନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବାତିଲ କରାଯାଇଛି । ଏସଆରସି କାର୍ଯ୍ୟାଳୟରେ ବାତ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

author

Related Articles

Leave a Reply

Your email address will not be published. Required fields are marked *