ଓଡିଶାରେ ତାଣ୍ଡବ ରଚି ଚାଲିଗଲା ବାତ୍ୟା ଦାନା । ବାତ୍ୟା ଦାନାର ପ୍ରଭାବରେ ଏବେ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । ଅନ୍ୟପଟେ ଦାନା ପ୍ରଭାବ ଯୋଗୁଁ କେତେ ଫସଲ କ୍ଷୟକ୍ଷତି ହୋଇଛି । ଯାହାର ସମୀକ୍ଷା କରିଛନ୍ତି କୃଷିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ । ଏନେଇ ଭୁବନେଶ୍ୱର କୃଷି ଭବନରେ ବୈଠକ ବସିଛି । ଏହି ବୈଠକରେ ବହୁ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ପ୍ରଭାବିତ ହୋଇଥିବା ଜିଲ୍ଲାର ଜିଲ୍ଲାପାଳ ମାନେ ଭର୍ଚ୍ଚୁଆଲରେ ସାମିଲ ହୋଇଥିଲେ । ବାତ୍ୟା ଜନିତ ଫସଲ କ୍ଷୟକ୍ଷତି ନେଇ ବୈଠକରେ ଆଲୋଚନା ହୋଇଛି । ପ୍ରାଥମିକ ଆକଳନ ଅନୁସାରେ, ରାଜ୍ୟରେ ୭୯ ହଜାର ୬୭୧ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଭଦ୍ରକ ଜିଲ୍ଲାରେ ସର୍ବାଧିକ ୨୪ ହଜାର ୧୧୫ ହେକ୍ଟର ଜମି କ୍ଷତି ହୋଇଛି । ତାପଛକୁ ଅଛି କେନ୍ଦ୍ରାପଡ଼ା ଜିଲ୍ଲା । କେନ୍ଦ୍ରାପଡ଼ାରେ ୨୩ ହଜାର ହେକ୍ଟର ଜମି କ୍ଷତି ହୋଇଛି । କ୍ଷୟକ୍ଷତି ହୋଇଥିବା ଚାଷୀଙ୍କୁ ସହାୟତା ମିଳିବା ନେଇ ଘୋଷଣା କରିଛନ୍ତି ମୋହନ ସରକାର ।
You can share this post!
author