ଭୁବନେଶ୍ୱର ବିମାନବନ୍ଦରରେ ବାଘ ଆତଙ୍କ !

ଭୁବନେଶ୍ୱର ବିମାନବନ୍ଦରରେ ବାଘ ଆତଙ୍କ !

ଭୁବନେଶ୍ୱର ବିମାନବନ୍ଦରରେ ବାଘ ଆତଙ୍କ । ବିମାନବନ୍ଦରରେ ପୁଣି ଥରେ କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି। ବିମାନ ବନ୍ଦର ପରିସର ଡମ୍ପିଂ ୟାର୍ଡରେ ବାଘ ଥିବା ସୂଚନା ମିଳିଛି । ଏହି ଖବର ପ୍ରଚାରିତ ହେବା ପରେ ବିମାନବନ୍ଦର ଆଖପାଖ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଖେଳି ଯାଇଛି।ଡମ୍ପିୟାର୍ଡ କର୍ମଚାରୀମାନେ କଲରାପତରିଆ ଦେଖିଥିବା କହିଛନ୍ତି । ବାଘକୁ ଠାବ କରିବାକୁ ବନ ବିଭାଗ ଓ ପୁଲିସ ପକ୍ଷରୁ ଉଦ୍ୟମ କରାଯାଉଛି । ପ୍ଲାଷ୍ଟିକ ଜାଲ ଓ ଅନ୍ୟାନ ଉପକରଣ ସହ ସଜାଗ ରହିଛି ବନବିଭାଗ । ପୂର୍ବରୁ ଗତ ୨୦୧୯ ଫେବ୍ରୁଆରୀ ୨୦ ତାରିଖରେ ଏୟାରପୋର୍ଟ ଅଞ୍ଚଳରେ ବାଘ ଦେଖାଯାଇଥିଲା । ଏବେ ପୁଣି ଥରେ ବାଘ ବୁଲୁଥିବା ଖବର ପ୍ରଚାରିତ ହେଉଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *