ଆକ୍ସନ ମୋଡରେ ପ୍ରମିଳା…ବାତ୍ୟା ବିପନ୍ନଙ୍କୁ ଭେଟିଲେ, ସରକାରଙ୍କୁ ୨ ଦିନର ୱାର୍ଣ୍ଣିଂ ଦେଲେ …

ଆକ୍ସନ ମୋଡରେ ପ୍ରମିଳା…ବାତ୍ୟା ବିପନ୍ନଙ୍କୁ ଭେଟିଲେ, ସରକାରଙ୍କୁ ୨ ଦିନର ୱାର୍ଣ୍ଣିଂ ଦେଲେ …

ଆକ୍ସନ ମୋଡରେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ରାଜ୍ୟ ସରକାରଙ୍କ ପୋଲ ଖୋଲିବା ସହ ସରକାରୀ ଅଧିକାରୀଙ୍କ ଉପରେ ବର୍ଷିଲେ ପ୍ରମିଳା । ହଁ ଆଜ୍ଞା, ବାତ୍ୟା ସିନା ଚାଲିଯାଇଛି କିନ୍ତୁ ଏବେ ବି ବାତ୍ୟା ପ୍ରଭାବରେ ଅନେକ ଲୋକ ହନ୍ତସନ୍ତ ହେଉଛନ୍ତି । କେଉଁଠି ଖାଇବାକୁ ମିଳୁନି ତ ଆଉ କେଉଁଠି ଲୋକଙ୍କ ପାଖକୁ ରିଲିଫ୍ ପହଁଞ୍ଚିପାରୁନି । କିନ୍ତୁ ସରକାର ସମସ୍ତଙ୍କୁ ସବୁ ସୁବିଧା ଯୋଗାଇ ଦିଆଯାଉଛି ବୋଲି ଯୁକ୍ତି ବାଢୁଛନ୍ତି । କିନ୍ତୁ ଅସଲ ଚିତ୍ର କଣ ଥରେ ଶୁଣନ୍ତୁ ।
ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଯାଜପୁର ଜିଲ୍ଲାର ବିଭିନ୍ନ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ସେଠାରେ ଥିବା ଅବ୍ୟବସ୍ଥା ଉପରେ ନଜର ପକାଇଥିଲେ । ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ଏବଂ ସାଧାରଣ ଲୋକଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଯାଜପୁର ଜିଲ୍ଲାକୁ ଏଯାଏଁ ରିଲିଫ ଘୋଷଣା ହୋଇନଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ସେ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଦୃଷ୍ଟି ଦେବାକୁ ଦାବି କରିଥିଲେ । ଏପରିକି ସରକାରୀ ଅଧିକାରୀଙ୍କୁ କାହିଁକି ରିଲିଫ୍ ବଣ୍ଟନ ହୋଇନି ଏବଂ କିପରି ସେମାନେ ବିନା ରିଲିଫ୍ ରେ କେବଳ ଫଟୋ ଉଠାଉଥିଲେ ସେନେଇ ପ୍ରଶ୍ନ ମଧ୍ୟ କରିଥିଲେ । ଏଥିସହ ପଶୁଙ୍କ ପାଇଁ ଗୋ-ଖାଦ୍ୟ ଯୋଗାଇ ଦେବା ପାଇଁ ଦାବି କରିବା ସହ ବାତ୍ୟା ବିପନ୍ନଙ୍କୁ ସାତ ଦିନ ରିଲିଫ ଦେବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ତେବେ ଜିଲ୍ଲାପାଳ ସମସ୍ତ ଦାବି ଶୁଣିବା ପରେ ପ୍ରାଥମିକ ତଦନ୍ତ ପରେ ରାଜ୍ୟ ସରକାରଙ୍କୁ ଜଣାଇବା ସହ ପରବର୍ତୀ ପଦକ୍ଷେପ ନିଆଯିିବ ବୋଲି କହିଥିଲେ । ଯେଉଁଥିରେ ଅସନ୍ତୋଷ ବ୍ୟକ୍ତ କରି ବିଜେଡି ନେତାମାନେ ବିଜେପିକୁ ସମାଲୋଚନା କରିଥିଲେ । କିପରି ସେମାନେ ପ୍ରଭାବିତ ଲୋକଙ୍କ ପାଖରେ ପହଁଞ୍ଚି କେବଳ ଫଟୋ ଉଠାଉଥିଲେ ସେନେଇ ଅଭିଯୋଗ କରିଥିଲେ । ଏବଂ ଆଗାମୀ ୨ ଦିନ ଭିତରେ ଯଦି ରିଲିଫ ନପହଁଞ୍ଚେ ତେବେ ଆନ୍ଦୋଳନ ହେବା ନେଇ ଚେତାବନୀ ଦେଇଥିଲେ ବିଜେଡି ନେତା ।

author

Related Articles

Leave a Reply

Your email address will not be published. Required fields are marked *