ଭୁବନେଶ୍ୱର ବିମାନ ବନ୍ଦରରେ ବାଘ ଆତଙ୍କର ହେଲା ପର୍ଦ୍ଦାଫାସ । ରାଜଧାନୀରେ ବୁଲୁନି ବାଘ ବରଂ ବୁଲୁଛି ବଣ ଭୁଆ । ସ୍ପଷ୍ଟ କଲା ବନ ବିଭାଗ । ଭୁବନେଶ୍ୱର ଏୟାରପୋର୍ଟ ଡମ୍ପିଂୟାର୍ଡ ନିକଟରେ ବାଘ ବୁଲୁଥିବା ନେଇ ଚର୍ଚ୍ଚା ହେଉଥିଲା । ଏହା ପରେ ବନ ବିଭାଗ ଏବଂ ପୋଲିସ ପକ୍ଷରୁ ବାଘକୁ ଧରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଏବଂ କ୍ୟାମେରା ମଧ୍ୟ ଖଞ୍ଜା ଯାଇଥିଲା । ଯେଉଁଥିରେ ବାଘ ପରିବର୍ତେ ଏକ ବଣଭୂଆ ନଜର ଆସିଥିଲା । ବିମାନବନ୍ଦର ଡମ୍ପିଂ ୟାର୍ଡରେ କଲରାପତରିଆ ବାଘ ପରିବର୍ତ୍ତେ ବଣଭୂଆ ବୁଲୁଥିବା ବନ ବିଭାଗ ସ୍ପଷ୍ଟ କରିଛି । ଖାନ ତଲାସୀ ବେଳେ ଭୋର ସମୟରେ କର୍ମଚାରୀ ମାନେ ଏକ ବଣଭୂଆ ଦେଖିଛନ୍ତି । ହେଲେ ଏଯାଏଁ ଧରା ପଡ଼ିନଥିବାରୁ ଏଯାଏଁ ସ୍ପଷ୍ଟ ହୋଇନି ତାହା ବାଘ କି ଅନ୍ୟ କେଉଁ ଜନ୍ତୁ । ତେବେ ବାଘ ଥିବା ଚର୍ଚ୍ଚା ପରେ ଗତକାଲି ବିଳମ୍ବିତ ରାତିରେ ୪ଟି ଟ୍ରାପ୍ କ୍ୟାମେରା ଲଗାଯାଇଛି । ପୂର୍ବରୁ କୁକୁଡ଼ା ଥୋପ ଦଇ ଯନ୍ତା ବି ବସାଇଛି ବନବିଭାଗ । ୫ ବର୍ଷ ପୂର୍ବରୁ ଏହି ଅଞ୍ଚଳରେ ଏକ କଲରାପତରିଆକୁ ଉଦ୍ଧାର କରାଯାଇଥିବାରୁ, ଏଠାରେ ଏବେ ଆଉ ଏକ ବାଘ ବୁଲୁଥାଇପାରେ ବୋଲି ସନ୍ଦେହ ସୃଷ୍ଟି ହୋଇଥିଲା ।
You can share this post!
author
Related Articles
ନଇଁଲା ଇସ୍କନ, ହେବନି ଅଦିନିଆ ରଥଯାତ୍ରା
- November 6, 2024
ପଦ୍ମ ଧରିଲେ ସୁନନ୍ଦା ଦାସ
- November 6, 2024