ସ୍କୁଲ ଆଗରେ ଧାରଣାରେ ବସିଲେ ଗୁରୁମା

ସ୍କୁଲ ଆଗରେ ଧାରଣାରେ ବସିଲେ ଗୁରୁମା

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର କଣ୍ଟାମାଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜଣେ ଗୁରୁମା ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ମନମୁଖି କାର୍ଯ୍ୟକଳାପ ପ୍ରତିବାଦରେ ଆଜକୁ ସାତ ଦିନ ହେବ ଶିଶୁ ମନ୍ଦିର ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି। ଗୁରୁମା ସବିତା ଦାସ ଉକ୍ତ ଶିଶୁ ମନ୍ଦିରରେ ଦୀର୍ଘ ୧୮ବର୍ଷ ହେଲା ସୁଚାରୁ ରୂପେ ଶିକ୍ଷାଦାନ କରି ଆସୁଥିଲେ | ହେଲେ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସଂପୃକ୍ତ ଗୁରୁମାଙ୍କୁ ଗତ ୨୦୨୨ ମସିହା ଅଗଷ୍ଟ ୨୬ ତାରିଖରେ ଶିକ୍ଷାଦାନ କରୁଥିବା ସମୟରେ ସ୍କୁଲରୁ ବାହାର କରିଥିବା ଅଭିଯୋଗ ହୋଇଛି। ପରିବାରର ଅସୁସ୍ଥତା ନେଇ ଗୁରୁମା ଅନିୟମିତ ଭାବରେ ୪୫ ଦିନ ଛୁଟି ନେଇ ଥିବାରୁ ତାଙ୍କୁ ବାହାର କରିଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତାଙ୍କ ପ୍ରତି ଏଭଳି ଅବିଚାର କରିଥିବା ନେଇ ଗୁରୁମା ବୌଦ୍ଧ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ବେଳେ ସମ୍ଭୋଗ କାର୍ଯ୍ୟାଳୟ ବଲାଙ୍ଗିର ସହ କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ କିନ୍ତୁ ଫଳ ଶୂନ| ତାଙ୍କୁ ପୁନଃ ଯୋଗଦାନ କରିବା ପାଇଁ ଅଭିଭାବକ ବୈଠକରେ ନିଷ୍ପତ୍ତି ନିଆ ଯାଇଥିବା ବେଳେ ତାହା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ କରାଯାଇ ନାହିଁ | ହେଲେ ଇତି ମଧ୍ୟରେ ୨ବର୍ଷ ବିତି ଯାଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ସମାଧାନ କରାଯାଇ ନାହିଁ ।ଅନ୍ୟପଟେ ତାଙ୍କୁ ବାଲିଗୁଡା କୁ ସ୍ଥାନାନ୍ତର କରିବା ପାଇଁ ଆବେଦନ କରିଥିଲେ ସୁଦ୍ଧା ତାଙ୍କୁ ସ୍ଥାନାନ୍ତର କରା ଯାଇ ନାହିଁ | ଗୁରୁମା ଙ୍କ ପ୍ରତି ହୋଇଥିବା ଅନ୍ୟାୟ, ଅତ୍ୟାଚାର, ମନମୁଖୀ କାର୍ଯ୍ୟକଳାପ ବିରୁଦ୍ଧରେ ପ୍ରତିବାଦ କରି ଆଜି କଣ୍ଟାମାଳ ଶିଶୁ ମନ୍ଦିର ଆଗରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି |

ତେବେ ନିଜର ଅଧିକାର ଫେରି ପାଇବା ସହ ହୋଇଥିବା ଅନ୍ୟାୟ, ଅତ୍ୟାଚାରର ସମାଧାନ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଗୁରୁମା କହିଛନ୍ତି | ଘଟଣା ସମ୍ପର୍କରେ ସ୍କୁଲ କମିଟି ସଭାପତି ଓ ସମ୍ପାଦକଙ୍କୁ ପଚାରିବାରୁ ନିଜ କାର୍ଯ୍ୟରେ ଅବହେଳା କରି ଥିବାରୁ କମିଟି ନିଷ୍ପତ୍ତି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଥିବା ବେଳେ ଉକ୍ତ ଗୁରୁମା ଙ୍କୁ ନିଯୁକ୍ତି କିମ୍ବା ସ୍ଥାନାନ୍ତର କରିବା ଦକ୍ଷିଣ ପଶ୍ଚିମ ସମ୍ଭୋଗ କାର୍ଯ୍ୟାଳୟର ଦାୟିତ୍ଵ ବୋଲି ପ୍ରତିକ୍ରିୟା ରଖିଛନ୍ତି। ଅନ୍ୟପଟେ ସ୍କୁଲ ଭଳି ପବିତ୍ର ସ୍ଥାନରେ ଏଭଳି ଜଣେ ଶିକ୍ଷୟତ୍ରୀ ଧର୍ମଘଟରେ ବସିବା ଛାତ୍ର ଛାତ୍ରୀଙ୍କ ଉପରେ ମାନସିକ ଚାପ ପଡିବା ସହ ଶିକ୍ଷା ଗ୍ରହଣ କରିବାରେ ବ୍ୟାଘାତ ସୃଷ୍ଟି ହେବା ନେଇ ଚିନ୍ତାରେ ଅଭିଭାବକ। ତେଣୁ ତୁରନ୍ତ ଏହାର ସମାଧାନ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

author

Related Articles

Leave a Reply

Your email address will not be published. Required fields are marked *