ନବୀନଙ୍କୁ ଫସେଇ ଦେଲା ଦାନା,କ୍ରେଜ ନେଇଗଲେ ମୋହନ
ମୋହନଙ୍କ ଆଗରେ କମିଗଲା ନବୀନଙ୍କ ଚମକ
ବାତ୍ୟା ଅଞ୍ଚଳ ବୁଲି ସମୀକ୍ଷା କଲେ ମୋହନ ଖୋଜା ପଡିଲେ ନବୀନ
ରାଜ୍ୟରୁ ଟଳିଯାଇଛି ବାତ୍ୟା ବିପତ୍ତି । ବାତ୍ୟା ମୁକାବିଲାର ସମୀକ୍ଷା କରିବାରେ ସଫଳ ହୋଇଛନ୍ତି ମୋହନ ସରକାର । ହଁ ଦର୍ଶକବନ୍ଧୁ ରାଜ୍ୟର କିଛି ଅଞ୍ଚଳରେ ବାତ୍ୟାର ଅଧିକ ପ୍ରଭାବ ପଡିଥିବା ବେଳେ ସେ ସବୁର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିଜେ ଆକାଶ ମାର୍ଗରୁ ବାତ୍ୟା ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ସୁବିଧା ଅସୁବିଧା ବୁଝିଛନ୍ତି । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆକାଶମାର୍ଗରୁ କରିଥିବା ସର୍ଭେକୁ ଆଧାର କରି ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରାଯାଇଛି ।ବର୍ତ୍ତମାନ ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଲୋକଙ୍କୁ ଆବଶ୍ୟକୀୟ ସହଯୋଗ ଯୋଗାଇ ଦିଆଯାଉଛି। ବିଦ୍ୟୁତ ସେବାରୁ ବିଚ୍ଛିନ୍ନ ହୋଇଥିବା ଅଞ୍ଚଳକୁ ଯଥାଶୀଘ୍ର ବିଦ୍ୟୁତ ସେବା ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯାଉଛି। ଏହା ସହିତ କ୍ଷୟକ୍ଷତିର ଆକଳନ ରିପୋର୍ଟ ଯଥାଶୀଘ୍ର ପ୍ରସ୍ତୁତ କରିବା ସହିତ କ୍ଷତିପୂରଣ ପ୍ରଦାନ କରିବାକୁ ପଦକ୍ଷେପ ନେବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିଜର କାର୍ଯ୍ୟ ତୁଲାଇ ଧୀରେ ଧୀରେ ନବୀନଙ୍କ କ୍ରେଜ ଭାଙ୍ଗିବାକୁ ମୋହନଙ୍କ ରଣନୀତି କାମ ଦେବାରେ ଲାଗିଛି । କାହିଁକିନା ବିଜେଡି ସରକାରରୁ ହଟିବା ପରେ ନବୀନଙ୍କ ଲୋକପ୍ରିୟତା ଯେଉଁଭଳି ଭାବେ ବଢିବାରେ ଲାଗିଥିଲା ତାହା ମୋହନଙ୍କୁ ଅଡୁଆରେ ପକାଇଥିଲା । ବିଜେଡି ନିଜର ସଦସ୍ୟତା ଅଭିଯାନ ଏବଂ ସଭ୍ୟସଂଗ୍ରହ ଅଭିଯାନ ଆରମ୍ଭ କରି ଧୀରେ ଧୀରେ ନବୀନଙ୍କ ଲୋକପ୍ରିୟତାକୁ ବଢାଉଛନ୍ତି । ଯାହା ମୋହନଙ୍କ କ୍ରେଜ ଭାଙ୍ଗିବାରେ ଠିକ କାମ ଦେଉଥିଲା । କିନ୍ତୁ ବାତ୍ୟା ସମୟରେ ନବୀନଙ୍କୁ ସାଧାରଣ ଜନତା ଖୋଜୁଥିବା ବେଳେ କମାଲ କରି ଦେଖାଇଛନ୍ତି ମୋହନ ମାଝୀ । ରାତି ଅନିଦ୍ରା ହୋଇ ଘନ ଘନ ବୈଠକ ଉପରେ ବୈଠକ କରି ବାତ୍ୟାର ସମୀକ୍ଷା କରୁଥିଲେ ମୋହନ । ଏବେ ଦୁଇ ଦିନ ହେଲାଣି ମୋହନ ଆକାଶ ମାର୍ଗରୁ ବାତ୍ୟା ଅଞ୍ଚଳ ଅନୁଧ୍ୟାନ କରୁଛନ୍ତି । ସେହି ସମୟରେ ସାଧାରଣ ଜନତା ନବୀନଙ୍କୁ ଖୋଜୁଛନ୍ତି କାହିଁକିନା ନବୀନ ସରକାରରେ ଥିବା ସମୟରେ ବାତ୍ୟା ସମୀକ୍ଷା କରିବାରେ କେବେ ବି ପଛେଇ ନଥିଲେ ଏବେ ସରକାରରୁ ହଟିବା ପରେ ମଧ୍ୟ ନିଜର ତପ୍ତରତା ଦେଖାଇଛନ୍ତି ଭିଡିଓ ପୋଷ୍ଟ କରି ସଚେତନାତା ବାର୍ତ୍ତା ଜାରିକଲେ ହେଲେ ନବୀନଙ୍କ ବାତ୍ୟା ଅ଼ଞ୍ଚଳ ନବୁଲିବା ଏବେ ତାଙ୍କୁ ସମାଲୋଚନା ଘେରକୁ ଟାଣିଛି ।