ଆଜି ବି ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆକାଶମାର୍ଗରୁ ବାଲେଶ୍ୱର ଏବଂ ମୟୁରଭଞ୍ଜ ଜିଲ୍ଲାର ସର୍ଭେ କରିବେ । ବାତ୍ୟା ଦାନା ଲ୍ୟାଣ୍ଡଫଲ କରିଥିବା କେନ୍ଦ୍ରାପଡା ଜିଲ୍ଲା ହାବେଳୀଖଟିର ସ୍ଥିତି ପରଖିବା ନେଇ କାର୍ଯ୍ୟକ୍ରମ ରହିଛି । ତେବେ ଗତ କାଲିଠାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ହୋଇଥିବା ବିଭିନ୍ନ ଅଞ୍ଚଳର ସ୍ଥିତି ପରଖିଥିଲେ । ଆଉ ଆଜି ମଧ୍ୟ ସ୍ଥିତି ପରଖିବା ନେଇ କାର୍ଯ୍ୟକ୍ରମ ରହିଛି । ତେବେ ଏହା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏସଆରସି କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିବା ନେଇ ମଧ୍ୟ ସୂଚନା ରହିଛି । ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ ।
You can share this post!
author
Related Articles
କ୍ଷତିଗ୍ରସ୍ତଙ୍କ ଆକାଉଣ୍ଟକୁ ଯିବ ଟଙ୍କା
- November 5, 2024
ନଭେମ୍ବର ୨୧ରୁ ଧାନ କିଣା
- November 5, 2024