ଖାଁ ଖାଁ ଅଭିଯୋଗ ପ୍ରକୋଷ୍ଠ । ମନ ଦୁଃଖରେ ଫେରୁଛନ୍ତି ଅଭିଯୋଗକାରୀ । ପ୍ରତି ସୋମବାର ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣୁଛନ୍ତି । କିନ୍ତୁ ମଝିରେ ମଝିରେ ଏହି ଅଭିଯୋଗ ଶୁଣାଣି ବନ୍ଦ ରହୁଛି । ଆଉ ଏହି କ୍ରମରେ ୨୮ ତାରିଖରେ ମଧ୍ୟ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା । କିନ୍ତୁ ଏହି ଖବର ଅନେକଙ୍କ ପାଖରେ ପହଁଞ୍ଚିପାରିନଥିଲା । ଯେଉଁ କାରଣରୁ ଅନେକ ଅଭିଯୋଗକାରୀ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଅଭିଯୋଗ ଶୁଣାଇବାକୁ ଚାଲି ଆସିଥିଲେ । କିନ୍ତୁ ଅଭିଯୋଗ ପ୍ରକୋଷ୍ଠରେ ନା ଥିଲେ ମୁଖ୍ୟମନ୍ତ୍ରୀ ନା ଅନ୍ୟ କେଉଁ ମନ୍ତ୍ରୀ । ଆଉ ଏହା ଦେଖି ଅଭିଯୋଗକାରୀ ମନ ଦୁଃଖ ରେ ଫେରିଥିଲେ । ସରକାରୀ ଅଧିକାରୀମାନେ ନାଲି ଆଖି ଦେଖାଉଥିବା ଏବଂ ତାଙ୍କ ହକ୍ ତାଙ୍କୁ ଫେରାଉନଥିବାରୁ ଏହି ମଉସା ଜଣକ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଅଭିଯୋଗ କରିବାକୁ ଆସିଥିଲେ । କିନ୍ତୁ ଅଭିଯୋଗ ପ୍ରକୋଷ୍ଠରେ କେହି ବି ନଥିଲେ । ଆଉ ଏହା ଦେଖି ନୂଆ ସରକାରଙ୍କୁ ସମାଲୋଚନା କରିବା ସହ ଅଭିଯୋଗ ଶୁଣାଣି ବନ୍ଦ ରହିବା ନେଇ ଅଧିକାଂଶ ଜନତା କାହିଁକି ଜାଣିପାରୁନାହାନ୍ତି ସେନେଇ ପ୍ରଶ୍ନ ମଧ୍ୟ କରିଛନ୍ତି ।
You can share this post!
author