ରୂପା ମୂଲ୍ୟ ବର୍ତ୍ତମାନ କିଲୋଗ୍ରାମ ପିଛା ୧ ଲକ୍ଷ ଟଙ୍କାରେ ପହଞ୍ଚିଛି। ଯଦି ଗତ ଦୀପାବଳି ବିଷୟରେ ଆଲୋଚନା କରିବା ତେବେ ହାରାହାରି ୪୨ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି ରୂପା ଦର। ଗତ ଦୀପାବଳିରେ ରୂପା ମୂଲ୍ୟ କିଲୋଗ୍ରାମ ପିଛା ୭୧ ହଜାର ଥିଲା। ଯାହା ବର୍ତ୍ତମାନ ୧ ଲକ୍ଷ ଟଙ୍କାରେ ପହଞ୍ଚିଛି। ଦିଲ୍ଲୀରେ ସୁନାର ମୂଲ୍ୟ ୩୦ ପ୍ରତିଶତ ବଢି ୧୦ ଗ୍ରାମ ପିଛା ୮୦ ହଜାର ୪୫୦ ଟଙ୍କା ହୋଇଛି। ରୂପା ମୂଲ୍ୟରେ ବୃଦ୍ଧି ଥମିବାର ନାମ ନେଉନି। ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ରୂପା ଦର ୩୪ ଡଲାର ପାଖାପାଖି ରହିଛି। ଆଗାମୀ ସମୟରେ ରୂପା ଦର ଆହୁରି ବୃଦ୍ଧି ପାଇବ।
ଏହାଠାରୁ ଆହୁରି ଅଧିକ ବଢିବ ବୋଲି କୁହାଯାଉଛି। ରୂପାକୁ ନେଇ ମୋର ପ୍ରଥମ ଟାର୍ଗେଟ କିଲୋଗ୍ରାମ ପିଛା ୧.୧୦ ଲକ୍ଷ ରହିଛି। ଆସନ୍ତା ବର୍ଷରେ ରହିବ ବୋଲି ଅନୁମାନ ରହିଛି।