ଦୀପାବଳି ପାଇଁ ଗାଇଡଲାଇନ ଜାରି କରିଛି କମିଶନରେଟ ପୁଲିସ। ଏନେଇ ଭୁବନେଶ୍ବର ଡିସିପି ପିନାକ ମିଶ୍ର କହିଛନ୍ତି ସୁପ୍ରିମକୋର୍ଟର ନିୟମ ଅନୁଯାୟୀ ବାଣ ଫୁଟାଯିବ। ବିପଦଜ୍ଜନକ ବାଣ ଫୁଟାଇବା କିମ୍ବା ବିକ୍ରି ପାଇଁ ବାରଣ କରାଯାଇଛି । ଗ୍ରୀନ କ୍ରାକର ବିକ୍ରି ପାଇଁ କୁହାଯାଇଛି । ବର୍ତ୍ତମାନ ସୁଦ୍ଧା ୨୫ଟି ସ୍ଥାନରେ ବିଏମସି ସହମତିରେ ବାଣ ବଜାର ଖୋଲିବା ପାଇଁ ଅନୁମତି ଦିଆଯାଇଛି । କୌଣସି ଦୋକାନରେ ୩୦୦ କେଜିରୁ ଅଧିକ ବାଣ ସାମଗ୍ରୀ ରଖିପାରିବେ ନାହିଁ । ୪୬୫ ଟି ବାଣ ଦୋକାନ ପାଇଁ ଆବେଦନ କରାଯାଇଥିବା ବେଳେ ସେଥି ମଧ୍ୟରୁ ୨୦୦ରୁ ଅଧିକ ଦୋକାନୀଙ୍କୁ ଅନୁମତି ଦିଆଯାଇଛି । ବାଣ ଦୋକାନ ମଧ୍ୟରେ ଅତି କମରେ ୫୦ ଫୁଟ ଦୂରତା ରହିବା ଆବଶ୍ୟକ । ବର୍ତମାନ ସୁଦ୍ଧା ୨୦୦ ଶହ ଟି ବାଣ ଦୋକାନକୁ ଲାଇସେନ୍ସ ପ୍ରଦାନ କରାଯାଇଛି । କେବେଲ ଗ୍ରୀନ କ୍ରାକର ବିକ୍ରି କରିପାରିବେ ବାଣ ଦୋକାନୀ । ଦୋକାନ ମାନଙ୍କ ମଝିରେ ଅତିକମରେ ୩ ମିଟର ଦୂରତା ରହିବ ।
You can share this post!
author