ରାଜଧାନୀରେ ପୁଣି ନଜର ଆସିଲେ ଭୁବନେଶ୍ୱର ସାଂସଦ ତଥା ବିଜେଡିର ଫାୟାର ବ୍ରାଣ୍ଡ ନେତ୍ରୀ ମ୍ୟାଡାମ ଅପରାଜିତା ଷଡଙ୍ଗୀ । ନିଜର କିଛି ଖାସ ଆନୁଗତ୍ୟଙ୍କ ସହିତ ସବୁବେଳେ ନଜର ଆସୁଥିବା ସାଂସଦ ମ୍ୟାଡାମଙ୍କୁ ଏଥର କିଛି ଭିନ୍ନ ରୂପରେ ଦେଖିବାକୁ ମିଳିଛି । କିଟ ସ୍କୁଲ ପକ୍ଷରୁ ଆୟୋଜିତ ଏକ ସଭାରେ ଲୋକସଭା ବାଚସ୍ପତି ଓମବିର୍ଲାଙ୍କ ସହିତ ସଭାରେ ଉପସ୍ଥିତ ରହିଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ବଢାଇଛି । କାହିଁକିନା ରାଜ୍ୟରେ ଏବେ ଏବେ ହିଁ ବାତ୍ୟା ସଙ୍କଟ ଟଳିଛି । ବାତ୍ୟାକୁ ନେଇ ଓଡିଶା ବାସୀ ଭୟଭୀତ ଥିବା ସମୟରେ ରାଜ୍ୟବାସୀ ତାଙ୍କୁ ଦମ୍ଭ ଦେଇ ବାତ୍ୟାର ମୁକାବିଲା କରିବା ପାଇଁ ଉଚିତ ପଦକ୍ଷେପ ନେଉଥିଲେ ରାଜ୍ୟ ସରକାର । କିନ୍ତୁ ସେତେବେଳେ ଭୁବନେଶ୍ୱର ସାଂସଦ ଅପରାଜିତା ମ୍ୟାଡାମଙ୍କ ଦେଖା ମିଳୁନଥିଲା । କାହିଁକିନା ଜଣେ ସାଂସଦ ଭାବେ ଲୋକଙ୍କ ଦୁଃଖ ସୁଖଃର ସାଥୀ ହେଉଥିବା ଅପରାଜିତାଙ୍କୁ ସାଧାରଣ ଜନତାଙ୍କ ପାଖରେ ଦେଖିବାକୁ ମିଳୁନି । ପ୍ରଥମତଃ ନିଜର ଦଳୀୟ କର୍ମୀଙ୍କ ସହିତ ମତାନ୍ତର ଏବଂ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ନଦେବା ମ୍ୟାଡାମଙ୍କୁ ଚର୍ଚ୍ଚାକୁ ଟାଣିଥିଲା । ସାଧାରଣ ଜନତାଙ୍କ ଅଭିଯୋଗ ଶୁଣୁଛନ୍ତି ସତ କିନ୍ତୁ ବାତ୍ୟା ସମୟରେ ଅପରାଜିତାଙ୍କ ମଉନକୁ ନେଇ ଉଠିଛି ପ୍ରଶ୍ନ ।ଯେଉଁ ବାତ୍ୟା ସମୟରେ ତାଙ୍କର ଖୋଜା ପଡିଥିଲା ସେତେବେଳେ ନା ସାମ୍ନାକୁ ଆସିଲେ ନା ସାଧାରଣ ଜନତାଙ୍କୁ କିଛି ଆଶ୍ୱସନାର ବାର୍ତ୍ତା ଦେଲେ । ଯେଉଁଥିପାଇଁ ବର୍ତ୍ତମାନ ଲୋକଙ୍କ ପାଖରେ ଧୀରେ ଧୀରେ ଅପ୍ରିୟ ହେବାକୁ ଲାଗିଲେଣି ଅପରାଜିତା ମ୍ୟାଡାମ । ଅନ୍ୟସେପଟେ ମ୍ୟାଡାମଙ୍କ ଛାଇ ହୋଇ ରହୁଥିବା ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । ବାତ୍ୟା ସମୟରେ ନିଜ ନିର୍ବାଚନ ମଣ୍ଡଳୀରେ ଆକ୍ଟିଭ ନଜର ଆସିଛନ୍ତି ବାହୁବଳୀ ନେତା ପ୍ରଶାନ୍ତ ଜଗଦ୍ଦେବ । ବାତ୍ୟା ସମୟରେ କ୍ଷତିଗ୍ରସ୍ତ ଲୋକଙ୍କୁ ରନ୍ଧା ଖାଦ୍ୟ ବାଣ୍ଟିବା ଏବଂ ତାଙ୍କ ସହ ନିଜେ ବସି ଖାଦ୍ୟ ଖାଉଥିବାର ନଜର ଆସିଛନ୍ତି । କିନ୍ତୁ ସେତେବେଳେ ତାଙ୍କ ସାଥିରେ ନଥିଲେ ଖୋଦ ଭୁବନେଶ୍ୱର ସାଂସଦ ମ୍ୟାଡାମ ଅପରାଜିତା । ତେବେ ଦେଖିବାକୁ ଅପେକ୍ଷା ବିଜେପିର ଏହି ଫାୟାର ବ୍ରାଣ୍ଡ ନେତ୍ରୀଙ୍କୁ ନେଇ ରାଜ୍ୟ ରାଜନୀତିରେ କେଉଁ ନିଆଁ କୁହୁଳୁଛି ।
You can share this post!
author