ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେରଳା ନୀଳେଶ୍ବରାମ ନିକଟ ଏକ ମନ୍ଦିରରେ । ତେବେ ଭୟଙ୍କର ଅଗ୍ନିକାଣ୍ଡରେ ଆହତଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।50ରୁ ଅଧିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 8ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି ।ସୂଚନା ଅନୁସାରେ, ଅଧରାତିରେ ଏଭଳି ଭୟଙ୍କର ଦୁର୍ଘଟଣା ହୋଇଥିଲା । ଭିରାରକାଭୁ ମନ୍ଦିର ନିକଟରେ ଆତସବାଜି ସଂରକ୍ଷଣ କେନ୍ଦ୍ର ରହିଥିବା ବେଳେ ସେଥିରେ ନିଆଁଲାଗି ଭୟଙ୍କର ବିସ୍ଫୋରଣ ହୋଇଥିବା ନେଇ ଜଣାପଡିଛି ।ଅଗ୍ନିଶମ ବାହୀନି ସାହାଯ୍ୟରେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିବା ସହିତ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ।ଏହାକୁ ଦେଖି ଛାତି ଥରିଲା ଭଳି ମନେହେଉଛି । କିନ୍ତୁ ଭୟଙ୍କର ବିସ୍ଫୋରଣର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।
You can share this post!
author