ମେଗାଷ୍ଟାର ଅମିତାଭ ବଚ୍ଚନ ନିକଟରେ ତେଲୁଗୁ ଷ୍ଟାର ଚିରଞ୍ଜୀବୀଙ୍କୁ ଆକ୍କିନେନି ନାଗେଶ୍ୱର ରାଓ ଜାତୀୟ ପୁରସ୍କାରରେ ସମ୍ମାନିତ କରିଛନ୍ତି। ନାଗାର୍ଜୁନଙ୍କ ପିତା ତଥା ଚଳଚ୍ଚିତ୍ର ତାରକା ଆକ୍କିନେନି ନାଗେଶ୍ୱର ରାଓଙ୍କ ୧00 ତମ ଜନ୍ମ ବାର୍ଷିକୀ ପାଳନ ପାଇଁ ଏହି ପୁରସ୍କାର ଆୟୋଜନ କରାଯାଇଥିଲା। ପୁରସ୍କାର ଗ୍ରହଣ କରିବା ପରେ ଚିରଞ୍ଜୀବୀ ଅମିତାଭ ବଚ୍ଚନଙ୍କ ପାଦ ଛୁଇଁ ତାଙ୍କ ଆଶୀର୍ବାଦ ନେଇଥିଲେ। ପରେ ଅମିତାଭ ମଧ୍ୟ ଚିରଞ୍ଜୀବୀଙ୍କ ମା ‘ଙ୍କ ପାଦ ଛୁଇଁଥିଲେ। ଏହି କାର୍ଯ୍ଯ଼କ୍ରମର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖି ପ୍ରଶଂସକମାନେ ଚିରଞ୍ଜୀବୀ ଏବଂ ଅମିତାଭ ବଚ୍ଚନଙ୍କୁ ପ୍ରଶଂସା କରୁଛନ୍ତି। ଯେଉଁଥିରେ ଅମିତାଭ ବଚ୍ଚନ ଚିରଞ୍ଜୀବୀଙ୍କୁ ପୁରସ୍କାର ଏବଂ ଶାଲ ପ୍ରଦାନ କରୁଥିବା ଦେଖିବାକୁ ମିଳିଛି।
ଏହି ଅବସରରେ ଚିରଞ୍ଜୀବୀ ଭାବବିହ୍ୱଳ ହୋଇ ମୁଣ୍ଡ ନୁଆଁଇ ଅମିତାଭ ବଚ୍ଚନଙ୍କ ପାଦ ଛୁଇଁଥିଲେ। ଏହାପରେ ସେ ଅମିତାଭ ଏବଂ ନାଗାର୍ଜୁନଙ୍କ ସହ ଫଟୋ ଉଠାଇଥିଲେ। ସମ୍ମାନ ଗ୍ରହଣ କରିବା ପରେ ଚିରଞ୍ଜୀବୀ ଅମିତାଭଙ୍କୁ ତାଙ୍କ ମାଆଙ୍କୁ ଭେଟିବାକୁ ନେଇଥିଲେ। ଚିରଞ୍ଜୀବୀଙ୍କ ମାଆଙ୍କୁ ଭେଟିବା ପରେ ଅମିତାଭ ତାଙ୍କୁ ହାତ ଯୋଡ଼ି ସ୍ୱାଗତ କରିଥିଲେ ଏବଂ ପରେ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ।୨00୫ ମସିହାରେ ଆକ୍କିନେନି ଇଣ୍ଟରନ୍ଯ଼ାସନାଲ ଫାଉଣ୍ଡେସନ ଦ୍ୱାରା ଏ. ଏନ୍. ଆର୍. ପୁରସ୍କାର ଆରମ୍ଭ କରାଯାଇଥିଲା। ଅମିତାଭ ମଧ୍ୟ ଏହି ପୁରସ୍କାର ପୂର୍ବରୁ ପାଇଥିଲେ |