ଖାଇବାକୁ ଦିଆଯାଉଛି ପୋକରା ଚାଉଳ ଭାତ

ଖାଇବାକୁ ଦିଆଯାଉଛି ପୋକରା ଚାଉଳ ଭାତ

ଅନୁସୂଚିତ ଜାତି ଓ ଜନଜାତି ବର୍ଗ ର ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ କରିବା ଓ ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ କୋଟି କୋଟି ଅର୍ଥ ବ୍ୟୟ ରେ ସରକାର ବିଭିନ୍ନ ଯୋଜନା ମାନ ପ୍ରସ୍ତୁତ କରୁଛନ୍ତି | ବିଭିନ୍ନ ଅନୁଷ୍ଠାନ ମାଧ୍ୟମ ରେ ତାହା କାର୍ଯ୍ୟକାରି କରିବାର ପ୍ରୟାସ ଜାରି ରଖିଛନ୍ତି, ବିଶେଷ କରି ଏହି ବର୍ଗ ର ଶିଶୁ ମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରି ଉଚ୍ଚ ଶିକ୍ଷିତ କରିବା ପାଇଁ ବିଭିନ୍ନ ସ୍ଥାନରେ ଆବାସିକ ବିଦ୍ୟାଳୟ ମାନ ଗଢ଼ି ଉଠିଛି | କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଏହି ଶିକ୍ଷାନୁଷ୍ଠାନର ପରିଚାଳକ ମାନେ ଲାଭଖୋର ମନୋଭାବ ରଖି , ପିଲାଙ୍କ ଭବିଷ୍ୟତ ଜୀବନ କୁ ନେଇ ଖେଳ ଖେଳୁଛନ୍ତି, ଯାହାକୁ ଉଚ୍ଚ କର୍ତ୍ତୃପକ୍ଷ ଘଣ୍ଟ ଘୋଡାଉଛନ୍ତି। ଏପରି ଏକ ଘଟଣା ସାମ୍ନା କୁ ଆସିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଝିଞ୍ଜିରିଗୁଡା ପଞ୍ଚାୟତ ସ୍ଥିତ ଉଲିପଦର୍ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ଏହି ବିଦ୍ୟାଳୟ ରେ ୨୧୮ ଜଣ ଅନ୍ତେବାସୀ ରହୁଥିବା ବେଳେ ସେମାନଙ୍କୁ ଅତି ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହେଉଛି ।

ସୂଚନା ଯୋଗ୍ୟ ଯେ ଗତ ଶନିବାର ଦିନ ପୋକରା ଚାଉଳ ରନ୍ଧା ଖାଦ୍ୟ ଅନ୍ତେବାସୀ ଙ୍କୁ ପ୍ରଦାନ କରାଯାଇ ଥିଲା ଯାହାକୁ ଅନ୍ତେବାସୀ ନ ଖାଇ ଫୋପାଡ଼ି ଦେଇ ଥିବା ବେଳେ ଆଉ କିଛି ଅନ୍ତେବାସୀ ଭୋକ ସମ୍ଭାଳି ନ ପାରି ଖାଇଦେଇ ଥିଲେ । ଅନ୍ତେବାସୀ ମାନେ ଭୋକରେ ରହିଥିବା ନେଇ ଅଭିଯୋଗ ହୋଇଛି, କାହାର କିଛି କ୍ଷତି ହୋଇ ନଥିଲେ ମଧ୍ୟ ଖବର ପାଇ ଅବିଭାବକ ମହଲ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୋମବାର ଦିନ ଅଭିଭାବକ ମାନେ ଏକତ୍ରିତ ହୋଇ ଉକ୍ତ ଘଟଣା ସମ୍ପର୍କ ରେ ପ୍ରଧାନ ଶିକ୍ଷକ ଙ୍କୁ ପଚାରି ବୁଝିବା ପାଇଁ ଆସିଥିଲେ , କିନ୍ତୁ ପ୍ରଧାନ ଶିକ୍ଷକ ମଦନ ମୋହନ ବେହେରା ଅନ୍ୟ ଏକ କାମ ଦେଖାଇ ଅଭିଭାବକ ମାନଙ୍କୁ ଅଣ ଦେଖା କରି ଚାଲିଯାଇଥିବା ନେଇ ଅଭିଭାବକ ମାନେ କହିଛନ୍ତି ।

ଏ ସମ୍ପର୍କ ରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀ ଯକ୍ଷ ବଡ ମାଝୀ ଙ୍କୁ ପଚାରିବାରୁ ସେ ଦଶହରା ଛୁଟି ପୁର୍ବରୁ ଉପସଭାପତି ମୁରଲୀ ଧର ମଲ୍ଲିକ ଙ୍କ ସହ ଯାଇ ସ୍ଥାନୀୟ ପ୍ରଧାନ ଶିକ୍ଷକ ଙ୍କ ସହ ଆଲୋଚନା କରିଥିଲେ ଏବଂ ଉକ୍ତ ପୋକରା ଚାଉଳ କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଅବା ପୋତି ଦେବାକୁ ପରାମର୍ଶ ଦେଇଥିଲେ । ପ୍ରଧାନ ଶିକ୍ଷକ ଉକ୍ତ ପରାମର୍ଶ କୁ ଖାତିରି ନ କରି ମନ ମୁତାବକ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ହୋଇଛି। ରୋଷେଇ କରୁଥିବା ମହିଳା ମାନେ କହନ୍ତି ପ୍ରଧାନ ଶିକ୍ଷକ ଙ୍କ ନିର୍ଦ୍ଧେଶ ରେ ଯାହା ଆମକୁ ଦିଆଯାଏ ତାହା ରୋଷେଇ କରାଯାଏ ବୋଲି । ତେବେ ସଭାପତି ଓ ଉପସଭାତି ଙ୍କ ପରାମର୍ଶ ପରେ ବି କାହିଁକି ସେହି ପୋକରା ଚାଉଳ କୁ ରାନ୍ଧି ପିଲାଙ୍କୁ ଖାଇବାକୁ ଦିଆଗଲା , ସେମାନଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ସେଥିପାଇଁ ଦାୟୀ କିଏ ହେବ ବୋଲି ଅଭିଭାବକ ମାନେ ପ୍ରଶ୍ନ କରିଛନ୍ତି। ପିଲାଙ୍କୁ ପୋକରା ଚାଉଳ ଦେବ ପୁଣି ଅଭିଭାବକ ମାନେ ପଚାରିବାକୁ ଆସିଲେ ଅଫିସ୍ କାମର ବାହାନା ଦେଖେଇ ପଳେଇବ ଏ କି ପ୍ରକାର ବ୍ୟବହାର ବୋଲି କହିଛନ୍ତି ଅଭିଭାବକ ।

author

Related Articles

Leave a Reply

Your email address will not be published. Required fields are marked *