ମହାବାତ୍ୟାକୁ ପୂରିଲା ୨୫ ବର୍ଷ । ୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ଓଡିଶା ସବୁଠୁ ବଡ ବିପର୍ଯ୍ୟୟର ସାମ୍ନା କରିଥିଲା । ଓଡିଶାର ମେରୁଦଣ୍ଡ ଭାଙ୍ଗିଯାଇଥିଲା । ମହାବାତ୍ୟା ପ୍ରଭାବରେ ପ୍ରାୟ୧୦ ହଜାର ଲୋକ ପ୍ରାଣ ହରାଇଥିଲେ । ପ୍ରାୟ ୩୧ ହଜାର ୯୪୫ କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଥିଲା । ଆଉ ଆଜି ୨୫ ବର୍ଷ ପରେ ବି ଓଡିଶାବାସୀଙ୍କ ମନରୁ ସେ ଅନୁଭୂତି ଲିଭିନି । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡିଶା ଏବେ ଅଗ୍ରଣୀ ରାଜ୍ୟ ଭାବେ ବିବେଚିତ ହେବା ପରେ ମଧ୍ୟ ବାତ୍ୟା ନାଁ ଶୁଣିଲେ ଲୋକମାନେ ମହାବାତ୍ୟାକୁ ମନପକେଇବାକୁ ବାଧ୍ୟ ହେଉଛନ୍ତି ।