ଆମ ହିନ୍ଦୁ ଧର୍ମ ରେ ବିଭିନ୍ନ ପୂଜା ପର୍ବାଣି ରେ ମାଟି ଦୀପର ବ୍ୟବହାର ରହିଆସିଛି, ସେହିଭଳି ଦୀପାବଳି ଏକ ନିଆରା ପର୍ବ ଯେଉଁଥିରେ ଦୀପ ଜାଳିବାର ଵିଧି ରହିଛି,କିନ୍ତୁ ବର୍ତ୍ତମାନ ର ଯୁଗରେ ପ୍ଲାଷ୍ଟିକ ଦୀପ, ଲିଚୁ ଲାଇଟ, ଚାଇନା ଦୀପ ର ଅଧିକ ବ୍ୟବହାର ଫଳରେ ମାଟି ଦୀପ ହଜିବାକୁ ବସିଲାଣି, କୁମ୍ଭକାର ମଧ୍ୟ ନିଜର ଜୀବିକା ହରାଇଲାଣି ! ଦିନଥିଲା ମାଟିର ବିଭିନ୍ନ ଘରକରଣା ଜିନିଷ ଗଢି କୁମ୍ଭକାର ନିଜର ପରିବାର ପ୍ରତିପୋଷଣ କରୁଥିଲା, କିନ୍ତୁ ଆଧୁନିକ ଯୁଗରେ ବିଭିନ୍ନ ଧାତୁ ନିର୍ମିତ ବାସନ କୁସନ ବ୍ୟବହାର ଯୋଗୁଁ ସଂକଟରେ କୁମ୍ଭକାର ପରିବାର ତଥାପି ନିଜ କୌଳିକ ବୃତ୍ତି କୁ ବଞ୍ଚାଇ ରଖିବାର ପ୍ରୟାସ କରି ଦୀପାବଳିରେ ଦୀପ ବିକ୍ରିର ଆଶା ରଖିଥିବାବେଳେ ବିକ୍ରିରେ ବାଧାଦେଉଛି ଚାଇନା ଦୀପ,ଦିନ ଆସିବ ଆସ୍ତେ ଆସ୍ତେ ଲୋପ ପାଇଯିବ ଏହି କୌଳିକ ବୃତ୍ତି, ତେଣୁ ସରକାର ଚାଇନା ଓ ପ୍ଲାଷ୍ଟିକ ଦୀପ ବ୍ୟବହାରକୁ ବ୍ୟାନ କରି ମାଟି ଦୀପ ବ୍ୟବହାରକୁ ପ୍ରାଧାନ୍ୟ ଦେଇ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଦାବିକରିଛନ୍ତି କୁମ୍ଭକାର ପରିବାର !
You can share this post!
author
Related Articles
ସ୍ୱାମୀର ହାତ ଛାଡିଲେ ସ୍ତ୍ରୀ
- November 6, 2024
ଗଞ୍ଜେଇ ଓ ଭାଙ୍ଗ ଜବତ
- November 6, 2024
ପୋଲିସ ହାବୁଡ଼ରେ ମୋଷ୍ଟ ୱାଣ୍ଟେଡ
- November 6, 2024