ଆଜି ଆଲୋକର ପର୍ବ ଦୀପାବଳି ପର୍ବ । ଦାପାବଳି ପାଇଁ ଉତ୍ସବମୁଖର ଗାଁଠୁ ସହର । ଭଳି କି ଭଳି ରଙ୍ଗୀନ ଆଲୋକରେ ସଜେଇ ହୋଇଛି ଘର । ଚଳଚଞ୍ଚଳ ରାଜଧାନୀ ଭୁବନେଶ୍ୱର । ଘର ଠୁ ସରକାରୀ ଅଫିସ ପର୍ଯ୍ୟନ୍ତ ସବୁଆଡେ ରଙ୍ଗବେରଙ୍ଗର ଆଲୋକମାଳା । ଆଜିର ଏହି ପବିତ୍ର ଦିନରେ ପିତୃପୁରୁଷଙ୍କୁ ସ୍ମରଣ କରି ବଡ ବଡିଆ ଶ୍ରାଦ୍ଧ ଦିଆଯାଇଥାଏ । ରାଜଧାନୀରେ ବାଣଫୁଟାଇବାକୁ ନେଇ ଗାଇଡଲାଇନ ଜାରି କରାଯାଇଛି । ରାତି 12ଟା ପରେ ବାଣ ଫୁଟାଇ ପାରିବେନି । ପ୍ରଦୂଷିତ ବାଣ ଫୁଟା ଉପରେ ନଜର ରଖିବାକୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ସେପଟେ କାର୍ତିକ ମାସ ଅମାବ୍ୟାସା ତିଥି ଯୋଗୁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି ।
You can share this post!
author