ବିଜେପି ସରକାରଙ୍କ ଜିରୋ କାଜୁଆଲିଟିକୁ ନେଇ ମୁହଁ ଖୋଲିଲେ ବରିଷ୍ଠ ନେତା ବିଜୟ ମହାପାତ୍ର । ସେ କହିଛନ୍ତି କି ଜିରୋ କାଜୁଆଲିଟିକୁ ନେଇ ସରକାରଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ଗତକାଲି ସନ୍ଧ୍ୟାରେ ଯାଜପୁର ଆରଙ୍ଗାବାଦରେ ପୂର୍ବତନ ବିଧାୟକ ରବି ଲାବଣ୍ୟଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବରେ ଯୋଗଦେଇ ଏପରି କିଛି କହିଛନ୍ତି ବିଜୟ ମହାପାତ୍ର । କିଏ କେମିତି ମିଛ କହିପାରିବ, ସେନେଇ ପ୍ରତିଯୋଗିତା କରାଯାଉଛି । ବାତ୍ୟା ବନ୍ୟା ସମୟରେ ବାହାବା ନନେଇ ଲୋକଙ୍କ ସାହାଯ୍ୟ କଥା ଚିନ୍ତା କରିବା ଆବଶ୍ୟକ । ହେଲେ କାହିଁକି ଲୋକହସା ହେଉଛି ବୋଲି ପ୍ରଶ୍ନ କରିଛନ୍ତି ବିଜୟ ମହାପାତ୍ର । ଏହା ଦ୍ୱାରା ଆଗାମୀ ଭବିଷ୍ୟତ କ’ଣ ଶିକ୍ଷା ପାଇବେ ବୋଲି କହିଛନ୍ତି ବରିଷ୍ଠ ନେତା ।
You can share this post!
author