ମୁଁ ବିଜେପିରେ ଥିଲି ମୋତେ ବବି ଡାକିକି ଟିକଟ ଦେଇଥିଲେ . ଏଥରବି ମତେ ଟିକଟ ଦେବେ ବୋଲି କହି ଭଣ୍ଡେଇଦେଲେ .ତେବେ ବିଗତ କିଛି ଦିନ ହେବ ବିଜେଡିରେ କଳି ବଢିବାକୁ ଲାଗିଛି .ଅସନ୍ତୁଷ୍ଟ ନେତା ମାନେ ଦଳ ଛାଡୁଥିବା ବେଳେ କିଛି ନେତା କୁଲମ ଖୁଲା ଭିତିରି କଳି ପଦାରେ ପକାଉଛନ୍ତି . ଆଉ ଏବେ ସୁନନ୍ଦା ଦାସ ବିଜେଡି ଛାଡିଲା ପରେ .ତାଙ୍କୁ ଟିକଟ ମିଳିବ ବୋଲି ବବି କହୁଥିଲେ କିନ୍ତୁ ପରେ ତାଙ୍କ ଟିକଟ କଟାଇଦିଆଗଲା ବୋଲି କହିଛନ୍ତି .ଯାହାକୁ ଦେଖିଲେ ଲାଗୁଛି ଏମିତି ଯଦି ହୁଏ ବିଜେଡି ର ସ୍ଥିତି ସଂଘୀନ ହୋଇଯିବ .
ତେବେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି . ଦଳର ସୁପ୍ରିମୋ ନବୀନ ପଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି .ଦଳରେ ସେ ୫ମାସ ହେଲା ଅଣଦେଖା ହୋଇ ରହିଥିବା ଇସ୍ତଫା ପତ୍ରରେ ଅଭିଯୋଗ କରିଛନ୍ତି .ସେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି .ବିଜେଡିରୁ ଇସ୍ତଫା ଦେବା ପରେ ସୁନନ୍ଦା ଦାସ ବିସ୍ପୋରକ ବୟାନ ଦେଇଛନ୍ତି .ତେବେ ସେତେବେଳ ବିଜେଡି ସାଂଗଠନିକ ସମ୍ପାଦକଙ୍କ ନାଁ ନ ନେଇ ବିଜେଡି ଉପରେ ବର୍ଷିଛନ୍ତି ସୁନନ୍ଦା . ସେ କହିଛନ୍ତି ବବି କହୁଥିଲେ ଟିକଟେ ଦେବା ଲୋକ ମୁଁ ଓ ଟିକଟ କାଟିବା ଲୋକ ମୁଁ .ତେଣୁ ମୋର ତାଙ୍କ ଉପରେ ଟିକେଟ ମିଳିବା ନେଇ ପୂର୍ଣ୍ଣ ଭରସା ଥିଲା .ହେଲା ପରେ ମୋ ଟିକଟ କଟାଇଦିଆଗଲା .ମୁ ଦଳ ପାଇଁ କାମ କରିଛି .ସଙ୍ଗଠନକୁ ମଜବୁତ କରିଛି ହେଲେ ମୋ ଟିକଟ କାହିଁକି କାଟିଲେ ସେ ଜାଣିଥିବେ .
ଏହା ସହିତ ସେ କହିଥିଲେ ୨୦୧୯ରେ ନିର୍ବାଚନ ଜିତିବା ପରେ ବରୀବାସୀଙ୍କ ପାଇଁ କାମ କରୁଥିଲି l ତେବେ ୨୦୨୯ରୁ ୨୦୨୪ ପର୍ଯ୍ୟନ୍ତ ବରୀରୁ ବିଧାୟକ ଥିଲେ ସୁନନ୍ଦା ଦାସ .ତେବେ ୨୦୨୪ ନିର୍ବାଚନରେ ତାଙ୍କୁ ବିଜେଡି ଟିକଟ ଦେଇ ନଥିଲା .ତାଙ୍କ ବଦଳରେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିବା ବିଶ୍ୱରଞନ ମଲ୍ଲିକଙ୍କୁ ବିଜେଡି ଟିକଟ ଦେଇଥିଲା .ବିଶ୍ୱରଞନ ଏହି ନିର୍ବାଚନରେ ବିଜୟୀ ମଧ ହୋଇଛନ୍ତିି . ଏହା ସହିତ ସେ କହିଥିଲେ ଦଳ ସହିତ ମୁଁ ଧୋକାବାଜି କରିନି . ସେମାନେ ମୋ ଫୋନକୁ ଟ୍ରାକିଂଙ୍ଗରେ ପକାଇଥିଲେ .ଗୋଟିଏ ପ୍ରମାଣ ଦେଖାଇପାରିବେ .ମୁଁ ବିଜେଡ଼ି ପାଇଁ କାମ କରିଛି .