ପଦାରେ ପଡିଲା ବିଜେପିର ଡବଲ ଚେହେରା !

ପଦାରେ ପଡିଲା ବିଜେପିର ଡବଲ ଚେହେରା !

ଲିଙ୍ଗରାଜ ମନ୍ଦିର ଭିତରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଫଟୋ ଉଠାଇବାକୁ ନେଇ ଏବେ ବି ମାହୋଲ ଉଷ୍ମ ରହିଛି । ମନ୍ଦିର ଭିତରକୁ ମୋବାଇଲ ଫୋନ ସମ୍ପୂଣ୍ଣ ବ୍ୟାନ କରାଯାଇଥିବା ବେଳେ ସେବାୟତ ଜଣଙ୍କ କିପରି ଶିଳ୍ପାଙ୍କ ସହ ଫଟୋ ଉଠାଇଲେ ତାକୁ ନେଇ ସମାଲୋଚନା କରାଯାଉଛି । ନିୟମ ଅନୁସାରେ ମନ୍ଦିରର ସିଂହଦ୍ୱାରଠୁ କ୍ୟାମେରା, ମୋବାଇଲ ଫୋନ୍ ଓ ଯେକୌଣସି ଡିଜିଟାଲ୍ ଡିଭାଇସକୁ ଭିତରକୁ ଛଡ଼ାଯିବା ନିଷିଦ୍ଧ। ହେଲେ ଶିଳ୍ପାଙ୍କ ଟିମ୍କୁ କିଭଳି କ୍ୟାମେରା ସହ ଯିବାକୁ ଅନୁମତି ମିଳିଲା ତାକୁ ନେଇ ପ୍ରଶ୍ନ ଉଠିଛି। ଏପରିକି ଖୋଦ ବିଜେପି ବିଧାୟକ ବାବୁ ସିଂ ଏହା ଉପରେ ଦୃଢ କାଯ୍ୟାନୁଷ୍ଠାନ ନିଆଯିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି । କିନ୍ତୁ ଅନ୍ୟପଟେ ଖୋଦ ବିଜେପି ନେତାମାନେ ପୂବରୁ ଲିଙ୍ଗରାଜ ମନ୍ଦିର ଭିତରେ ଫଟୋ ଉଠାଇଥିବା ଏବଂ ନିଜ ସୋସିଆଲ ମିଡିଆ ପେଜରେ ସେୟାର କରିଥିବା ନଜିର ରହିଛି । ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଗୃହମନ୍ତ୍ରୀ ଅମିତ୍ ଶାହା, ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ସମସ୍ତେ ମନ୍ଦିର ଭିତରରେ ଫଟୋ ଉଠାଇ ନିଜ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । କିନ୍ତୁ ସେ ସମ୍ପର୍କରେ କିଛି ବି ସମସ୍ୟା ଦେଖାଦେଇନି । କିନ୍ତୁ ଏବେ ଶିଳ୍ପା ସେଟ୍ଟୀଙ୍କୁ ସମାଲୋଚନା କରାଯିବା ସହ ଲିଙ୍ଗରାଜ ମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି । ଯାହାକୁ ନେଇ ବିଜେପିର ଏ କି ନୀତି ବୋଲି ସାଧାରଣରେ ପ୍ରଶ୍ନ କରାଯାଉଛିା

author

Related Articles

Leave a Reply

Your email address will not be published. Required fields are marked *