ମିଛ କହି ଭଣ୍ଡଉଛି ବିଜେପି । ଓଟିପି ବାହାନାରେ ସଦସ୍ୟତା ଗ୍ରହଣ କରାଉଛନ୍ତି ବିଜେପି ନେତା । ହଁ ଆଜ୍ଞା, ଥରେ ନଜର ପକାନ୍ତୁ ଏହି ଭିଡିଓ ଉପରେ । ସୁଭଦ୍ରା ଯୋଜନା ଦେବି କହି କିପରି ବିଜେପି କର୍ମୀମାନେ ଓଟିପି ମାଧ୍ୟମରେ ସାଧାରଣ ଜନତାଙ୍କୁ ବିଜେପିର ସଦସ୍ୟତା ଅଭିଯାନରେ ସାମିଲ କରୁଛନ୍ତି । ସରକାରକୁ ଆସିବା ପରେ ବି ବିଜେପି ନିଜର ସଭ୍ୟ ସଂଖ୍ୟା ଆହୁରି ବୃଦ୍ଧି କରିବା ପାଇଁଁ କିଛି ମାସ ପୂର୍ବେ ବିଜେପି ସଦସ୍ୟତା ଅଭିଯାନ ନାଁରେ ଏକ ଅଭିଯାନ ଆରମ୍ଭ କରିଛିା ଆଉ ଏଥିପାଇଁ ସମସ୍ତ ବିଜେପି ନେତା ଏବଂ କର୍ମୀମାନେ ବିଜେପିର ସଦସ୍ୟତା ଗ୍ରହଣ କରିବା ସହ ସାଧାରଣ ଜନତାଙ୍କୁ ମଧ୍ୟ ଏଥିରେ ସାମିଲ କରୁଛନ୍ତି । କିନ୍ତୁ ଏହା ଏବେ ଶୀର୍ଷ ଛୁଇଁଛି । କାରଣ ବିଜେପି ଏବେ ଲୋକଙ୍କୁ ଭୂଆଁ ବୁଲେଇ ମିଛ କଥା କହି ସେମାନଙ୍କୁ ଲୋଭ ଦେଖାଇ ବିଜେପିର ସଦସ୍ୟ କରାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛିା
You can share this post!
author