ହାଟରେ ମୁଖ୍ୟମନ୍ତ୍ରୀ କିଣିଲେ ଦୀପ

ହାଟରେ ମୁଖ୍ୟମନ୍ତ୍ରୀ କିଣିଲେ ଦୀପ

ହାଟରେ ପ୍ରବଳ ଭିଡ . ଘଟଣା କଣ ଲୋକମାନେ ଏପରି ହାଉଯାଉ ହେଉଛନ୍ତି . ଏମିତି ବେଳେ ଶୁଭିଲା ବାଟ ଛାଡ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସିଛନ୍ତି . ତେବେ ଆଲୋକର ପର୍ବ ଦୀପାବଳି ଅବସରରେ ହାଟରେ ଦୀପ କିଣିବାକୁ ନିଜ ପତ୍ନୀଙ୍କୁ ସାଙ୍ଗରେ ଧରି ହାଟରେ ପହଂଚିଥିଲେ ମୋହନ ମାଝୀ . ସେଠାରେ ସେ ଯାଇ ଜଣେ ବୁଡ଼ିମାଉସୀଙ୍କୁ ଦୀପ ଦୋକାନରେ ପହଂଚିଥିଲେ . ଆଉ ସେଠାରୁ ଦୀପ ,ତେଲ ଇତ୍ୟାଦି କିଣିଥିଲେ . ମାଉସୀ ଜଣକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏପରି ହଠାତ ଦେଖି ଖୁସି ହୋଇଯାଇଥିଲେ .ଆଉ ତାଙ୍କୁ ସାମଗ୍ରୀ ଦେଇଥିଲେ . ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଠାରୁ ଦୀପ କିଣି ତାଙ୍କୁ ଟଙ୍କା ଦେଇଥିଲେ . ଏହାକୁ ଦେଖିବା ପରେ ଲୋକେ କହୁଛନ୍ତି ମୁଖ୍ୟମନ୍ତ୍ରୀ ଏପରି କରି ଭଲ କରିଛନ୍ତି . ନବୀନ ବୋଧ ହୁଏ ଏମିତି କେବେ କରିନଥିଲି .

ସେହିପରି କହିବାକୁ ଗଲେ ବୁଡି ଗଲାଣି କୁମ୍ଭକାର ର ବେଉଷା . ବିଭାଘର ରେ ଯେଉଁ ସାତ ଦୀପ ଓ କଳସୀ କୁ ସାକ୍ଷୀ ରଖି ବୈବାହିକ ଜୀବନ ର ଆରମ୍ଭ ହୁଏ ଆଉ ଦୀପ କି କଳସୀ ଦେଖିବାକୁ ଏବେ ସାତ ସପନ. ଆଲୋକର ପର୍ବ ଦୀପାବଳି, ଦୀପ ଆଲୁଅ ରେ ଝଲସିବ ଅମାବାସ୍ୟା ର ଅନ୍ଧକାର ରାତି , ଘରେ ମାଟି ଦୀପ ଲଗାଇ ଏହିଦିନ ଅନ୍ଧାରକୁ ଦୂର କରାଯାଇଥାଏ , କିନ୍ତୁ ଏଇ ମାଟି ଦୀପ ତିଆରି କରୁଥିବା କୁମ୍ଭକାର ଙ୍କ ଘର ଓ ତାଙ୍କ ଜୀବନର ଅନ୍ଧକାର କୁ ଦୂର କରିବାକୁ କେହି ମଧ୍ୟ ଚିନ୍ତା କରନ୍ତି ନାହିଁ . ଏଵେ ଆଧୁନିକତା ଚାକଚକ୍ୟ ରେ ହଜିଯାଇଛି ମାଟିଦୀପ ଓ ତାର ଚାହିଦା . ଯାହାକୁ ନେଇ ଚିନ୍ତାରେ ମାଟି କାରିଗର ରହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏପରି ବଜାରରୁ ମାଟି ଦୀପ କିଣିବା ପ୍ରଶଂସା ଯୋଗ୍ୟ

author

Related Articles

Leave a Reply

Your email address will not be published. Required fields are marked *