ଦୀପାବଳି ସମୟରେ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ବଡ ସୂଚନା ଦେଇଛନ୍ତି । ଖୁବଶୀଘ୍ର କେନ୍ଦୁଝରରେ ପ୍ରତିଷ୍ଠା ହେବ ମେଗା ଷ୍ଟିଲ ପ୍ଲାଣ୍ଟ । କେନ୍ଦୁଝରରେ ଜେଏସଡବ୍ଲ୍ୟୁ ଓ ପୋକ୍ସୋ ଏହି ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବେ । ଜେଏସଡବ୍ଲୁ-ପୋସ୍କୋ ମିଳିତ ଉଦ୍ୟମରେ ହେବ ପ୍ଲାଣ୍ଟ୍ । କିଛି ମାସ ପୂର୍ବରୁ ଦିଲ୍ଲୀ ଓ ମୁମ୍ବାଇରେ ମେକ୍ ଇନ୍ ଓଡ଼ିଶାର ରୋଡ୍ ସୋ’ ଆୟୋଜନ ହୋଇଥିଲା । ଏଥିରେ ରାଜ୍ୟ ସରକାରଙ୍କ ତରଫରୁ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ସେହି ସମୟରେ ଉଭୟ ଜେଏସ୍ଡବ୍ଲ୍ୟୁ ଓ ପୋସ୍କୋ ସହିତ ଆଲୋଚନା ହୋଇଥିଲା । ଏବେ ଏହି ୨ କମ୍ପାନି ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି ।
You can share this post!
author