26ରୁ ଆରମ୍ଭ ହେବ ବିଧାନସଭା ଦ୍ୱିତୀୟ ଅଧିବେଶନ
ବନ୍ଦ କୋଠରୀରେ ଚାଲିଛି ଆଲୋଚନା !
ବିଧାୟକଙ୍କୁ କର୍ଣ୍ଣମନ୍ତ୍ର ଦେଉଛନ୍ତି ନବୀନ !
ବିଧାନସଭାରେ ଘାଇଲା ହେବ ଶାସକ ଦଳ !
ହଁ ଦର୍ଶକବନ୍ଧୁ ଆସନ୍ତା ନଭେମ୍ୱର 26 ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନ ନଭେମ୍ୱର 26ରୁ ଆରମ୍ଭ ହୋଇ ଡିସେମ୍ୱର 31 ପର୍ଯ୍ୟନ୍ତ ଚାଲିବ ଏବଂ ଏହି ଅଧିବେଶନରେ ମୋଟ 30 ଟି କାର୍ଯ୍ୟଦିବସ ରହିଛି । ରାଜ୍ୟରେ ବିଜେପି ସରକାରକୁ ପାଞ୍ଚ ମାସ ପୂରିବାକୁ ଯାଉଛି ଏବଂ ପାଞ୍ଚ ମାସର ସରକାରକୁ ବିଧାନସଭାରେ ଘାଇଲା କରିବା ପାଇଁ ବିରୋଧି ବିଜେଡି ଏବେଠାରୁ ନିଜର ପ୍ରସ୍ତୁତି ଆରମ୍ଭ କରିଦେଲାଣି । କାହିଁକିନା ପ୍ରଥମ ବିଧାନସଭା ଅଧିବେଶନରେ ଦରଦାମ ବୃଦ୍ଧି,ରାଜ୍ୟପାଳଙ୍କ ପୁଅ ଓଡିଆ ଓଏସଓଙ୍କୁ ମାଡ ଘଟଣା ବିଭିନ୍ନ ମୁଦ୍ଧା ନେଇ ଗୃହରେ ହଟ୍ଟଗୋଳ ସାମ୍ନାକୁ ଆସୁଥିଲା । 24 ବର୍ଷର ଶାସକ ଦଳ ଏବେ ରାଜ୍ୟର ମୁଖ୍ୟ ବିରୋଧି ଦଳ ଭାବେ ଉଭା ହୋଇଛି । ଏବଂ ବିଧାନସଭାରେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିରୋଧି ବିଧାୟକ ମାନେ ଓଡିଶାର ସ୍ୱାର୍ଥ ନିମନ୍ତେ ଲଢେଇ କରୁଛନ୍ତି । ପ୍ରଥମ ଅଧିବେଶନରେ ବିରୋଧି ଦଳ ଭାବେ ନିଜର କର୍ତ୍ତବ୍ୟ ତୁଲାଇବାରେ ଫେଲ ମାରିଥିବା ବିଜେଡି ଏଥର ମଇଦାନକୁ ଓହ୍ଲାଇବା ପାଇଁ ସାମରସଜ୍ଜା ଆରମ୍ଭ କରିଦେଲାଣି । ଶଙ୍ଖଭବନ ନୁହେଁ ବରଂ ନବୀନ ନିବାସର ବନ୍ଦ କୋଠରୀରେ ଚାଲିଛି ଆଲୋଚନା । ଦଳର ଶୀର୍ଷ ନେତୃତ୍ୱଙ୍କୁ ନେଇ ଘନ ଘନ ବୈଠକ ବସିଲାଣି । ବନ୍ଦ କୋଠରୀରେ ବିରୋଧି ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଧାୟକ ମାନଙ୍କୁ କର୍ଣ୍ଣମନ୍ତ୍ର ଦେଉଛନ୍ତି ଏବଂ ପୂର୍ବଥର ବିଧାନସଭା ଅଧିବେଶନରେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ବିଧାନସଭାରେ ସେତେଟା ସକ୍ରିୟ ନଜର ଆସିନଥିଲେ କିନ୍ତୁ ଆଗାମୀ ବିଧାନସଭା ଅଧିବେଶନରେ ବିରୋଧି ଦଳ ନେତା ଏକ ନୂଆ ରୂପରେ ଆସିବା ନେଇ ଚର୍ଚ୍ଚା ଚାଲିଛି । ତେବେ ଦେଖିବାକୁ ଅପେକ୍ଷା ନବୀନଙ୍କ ଏହି ଫର୍ମୁଲା ତାଙ୍କୁ କେତେ ସକସେସ ଦେଉଛି ।
ବ୍ୟୁରୋ ରିପୋର୍ଟ ରିଓ ନିୟୁଜ