ନବୀନଙ୍କୁ ଈର୍ଷା କରୁଛନ୍ତି କି ବିଜେପି ନେତା । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବାରେ କାହିଁକି କୁଣ୍ଠାବୋଧ ବିଜେପି ସରକାର । ଏଭଳି କିଛି ପ୍ରଶ୍ନ ଏବେ ସାଧାରଣରେ ସୃଷ୍ଟି ହୋଇଛିା କାହିଁକି ନା ପୂବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସିକ୍ୟୁରିଟିକୁ କୋହଳ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଛାଉଣୀ ଛାଉଣୀ ପୋଲିସଙ୍କ ବଳୟରେ ରହୁଥିବା ନବୀନଙ୍କୁ ଏବେ କେବଳ ଦୁଇ ଜଣ ପିଏସଓ ସୁରକ୍ଷା ଦେବେ ବୋଲି ସୂଚନା ରହିଛି । ଯାହାକୁ ନେଇ ବିଜେଡି କର୍ମୀଙ୍କ ସହ ରାଜନୈତିକ ସମୀକ୍ଷକମାନେ ନାପସନ୍ଦ କରୁଛନ୍ତିା ଏବଂ ବିଜେପି ନେତାମାନେ ନବୀନଙ୍କୁ ଈର୍ଷା କରୁଥିବା ଚର୍ଚ୍ଚା ହେଉଛି । କାରଣ ନବୀନ ହାରିବା ପରେ ବି ଶାସନ ଗାଦିରୁ ହଟିବା ପରେ ବି ତାଙ୍କ ଲୋକପ୍ରିୟତା ଟିକେ ବି କମିନି । ଆଜି ବି ସେ ଲୋକପ୍ରିୟ ରହିବା ସହ ସାଧାରଣ ଜନତାଙ୍କ ମନରେ ତାଙ୍କ ପ୍ରତି ଭଲପାଇବା ପୂବପରି ରହିଛି । ଯାହାକୁ ବିଜେପି ସହିପାରୁନି । ନବୀନ ଯୁଆଡେ ଗଲେ ତାଙ୍କ ସହ ପୋଲିସ ମାନେ ଯାଉଛନ୍ତି । ଏବଂ ଲୋକଙ୍କ ଗହଳି ମଧ୍ୟ ରହୁଛି । ଆଉ ଏସବୁ କୁ ଦୃଷ୍ଟି ଦେଇ ତାଙ୍କ ସୁରକ୍ଷା ବଳୟକୁ କମାଇ ଦେଇଛନ୍ତି ମୋହନ । ତେବେ ହାରିବା ପରେ ନବୀନଙ୍କ ବାସଭବନ ନବୀନ ନିବାସ ଆଗରେ ମଧ୍ୟ ପୁଲିସ ଛାଉଣୀ ହଟାଇଥିଲେ ନୂଆ ସରକାର । ନବୀନଙ୍କୁ ନିଜ ସୁରକ୍ଷା ବଳୟ ମଧ୍ୟରେ ରଖୁଥିବା ୩୦୦ ସିପାହୀଙ୍କ ବଦଳରେ ମାତ୍ର ୪୫ ଜଣଙ୍କୁ ନିଯୁକ୍ତ କରାଯାଇଥିଲା । କିନ୍ତୁ ଏବେତ ମାତ୍ର ୨ ଜଣଙ୍କୁ ନବୀନଙ୍କ ସିକ୍ୟୁରିଟି ଦିଆଯାଇଛି । ଯାହାକୁ ଅନେକ ପସନ୍ଦ କରୁନାହାନ୍ତି । ଅନ୍ୟପଟେ ନବୀନଙ୍କ ସୁରକ୍ଷା ବଳୟକୁ ହଟାଇ ବିଜେପି ସରକାର ନିଜ ଗୋଡରେ ନିଜେ କୁରାଢି ମାରିଥିବା ମଧ୍ୟ ଚର୍ଚ୍ଚା ହେଉଛିା କାହିଁକି ନା ନବୀନ କେବଳ ବିରୋଧୀ ଦଳ ନେତା ନୁହଁନ୍ତି, ସେ ୨୪ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଥିଲେ । ଦେଶର ଦ୍ବିତୀୟ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ଦାୟିତ୍ବ ତୁଲାଇଥିବା ନେତା ହେଉଛନ୍ତି ନବୀନ । ଆଉ ସୁରକ୍ଷା ହଟାଇବା ପରେ ତାଙ୍କର ଯଦି କିଛି ଅସୁବିଧା ହେଲା କିମ୍ବା ତାଙ୍କୁ କେହି ଆକ୍ରମଣ କଲେ ତେବେ ଏଥିପାଇଁ ଦାୟୀ ରାଜ୍ୟ ସରକାର ହେବେ ବୋଲି ରାଜନୈତିକ ସମୀକ୍ଷକ ମତପ୍ରକାଶ କରୁଛନ୍ତି । ତେବେ ଦେଖାଯାଉ ନବୀନଙ୍କ ସୁରକ୍ଷା ବଳୟକୁ ହଟାଇ ବିଜେପି ଠିକ କରିଛି ନା ଏଥିପାଇଁ ତାଙ୍କୁ କିଛି କ୍ଷତି ସହିବାକୁ ପଡୁଛି ତାହା ଦେଖିବାକୁ ଅପେକ୍ଷା ।
You can share this post!
author