କଥାରେ ଅଛି ପ୍ରକୃତି ଯେତେ ବେଳେ ତାଣ୍ଡବ କରେ ତାକୁ ରୋକିବାକୁ କାହାର ସାହସ ନଥାଏ | ଆଉ ଆଖିପିଛୁଳାକେ ସବୁ କିଛି ଛାରଖାର ହୋଇଯାଇଛି | ସେହିପରି ଏକ ଖବର ସାମ୍ନାକୁ ଆସିଛି ତେବେ ସ୍ପେନରେ ତାଣ୍ଡବ ରଚୁଛି ବନ୍ୟା । ଗତ ୫୦ ବର୍ଷ ଭିତରେ ଏହା ସ୍ପେନରେ ସବୁଠୁ ପ୍ରଳୟଙ୍କାରୀ ବଡ ବନ୍ୟା ବୋଲି କୁହାଯାଉଛି । ପୂର୍ବ ସ୍ପେନରେ ହୋଇଥିବା ବନ୍ୟାରେ ଏବେବି ୨୦୫ ଜଣଙ୍କର ଜୀବନ ଯାଇଥିବା କୁହାଯାଉଛି । ଏହା ସହିତ ଅନେକ ଲୋକ ଏଥିରେ ନିଖୋଜ ରହିଛନ୍ତି ।ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।
ତେବେ ଗତ ସୋମବାର ପ୍ରବଳ ବର୍ଷା ହୋଇଥିଲା । ଯାହା ସବୁଠୁ ଅଧିକ ଥିଲା ବୋଲି କହିଛନ୍ତି ସ୍ପେନ୍ ପାଣିପାଗ ବିଭାଗ କର୍ତ୍ତୃପକ୍ଷ । ବର୍ଷା ପ୍ରଭାବରେ ହଠାତ୍ ବନ୍ୟା ମାଡିଆସିଥିଲା । ଆଉ କ୍ଷଣିକ ମାତ୍ରାରେ ରାସ୍ତାଘାଟ, ଘର ଇତ୍ୟାଦି ଜଳମଗ୍ନ ହୋଇଯାଇଥିଲା | ଜିନିଷ ପତ୍ର ସବୁ କିଛି ଭାସିବାକୁ ଲାଗିଥିଲା । ଯେଉଁଥିରେ ମୋଟ ୨୦୫ ଜଣଙ୍କର ମୃତ୍ୟୁ ହୋଇଛି ।ମାଟି ଆଡେଇ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ତେବେ ଏହି ବନ୍ୟାରେ ସବୁଠୁ ବେଶି ପ୍ରଭାବିତ ହୋଇଛି ପୂର୍ବ ଏବଂ ଦକ୍ଷିଣ ସ୍ପେନ୍ । ପର୍ଯ୍ୟଟନ ସହର ଭାଲେନସିଆ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ମୃତ୍ୟୁହାର ସବୁଠୁ ଅଧିକ ।