ରାତିସାରା ଅପେକ୍ଷା କଲେ ଲୋକେ . ଆକାଉଂଟ ଚେକ କଲେ .ହେଲେ ଆସିଲାନି ଗୋଟେ ନୂଆଁ ପଇସା ଦୀପାବଳୀରେ ଲୋକେ ବାଣ ଫୁଟାଇଲେ ଦୀପଜାଳିଲେ . କିନ୍ତୁ ଦୀପାବଳୀରେ ମିଳିଲାନି ସୁଭଦ୍ରା ଟଙ୍କା . ଦୀପାବଳୀରେ ତୃତୀୟ ପର୍ଯ୍ୟୟ ସୁଭଦ୍ରା ଟଙ୍କା ମିଳିବ ବୋଲି କୁହାଯାଉଥିଲା . ମା ମାନେ ମଧ୍ୟ ଟଙ୍କା ସରକାର ଦେବେ ବୋଲି ଅପେକ୍ଷା କରିଥିଲେ ହେଲେ ଟଙ୍କା ଆସିଲାନି .ଯାହାକୁ ନେଇ ଲୋକଙ୍କ ମନ ଦୁଃଖ ହୋଇଛି . ତେବେ ର୍ପୂବରୁ ଏହାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ .ସୁଭଦ୍ରା ଯୋଜନାରେ କୋଟିଏ ରୁ ଉଦ୍ଧ୍ୱ ମହିଳାଙ୍କୁ ଦେବେ ବୋଲି . ଗୋଟିଏ ମାସ ଭିତରେ ସରକାର ୬୦ଲକ୍ଷରୁ ଉଦ୍ୱର୍ ମହିଳାଙ୍କୁ ସ୍ୱାବଳମ୍ବି କରିବା ପାଇଁ ଆର୍ଥୀକ ସହାୟତା ପ୍ରଦାନ କରିଛନ୍ତି .
ସୁଭଦ୍ରାକୁ ନେଇ ବଡ ଅପଡେଟ୍ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା . ନଭେମ୍ବର ଶେଷ ସୁଦ୍ଧା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଛଡାଯିବ .ନଭେମ୍ବର ଶେଷ ସପ୍ତାହରେ ୨୦ ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ପରବର୍ତ୍ତୀ ସୁଭଦ୍ରା କିସ୍ତି ମିଳିବ . ଏହାପରେ ଡିସେମ୍ବରରେ ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା . ଡିସେମ୍ବର ଶେଷ ସୁଦ୍ଧା ଏଥିରେ ୧ କୋଟିରୁ ଅଧିକ ମହିଳାଙ୍କୁ ସାମିଲ କରାଯିବ .