ପୁଣି ବିଜେପି ମନ୍ତ୍ରୀଙ୍କ ପାରିବା ପଣିଆ ଉପରେ ଉଠିଲା ପ୍ରଶ୍ନବାଚୀ । ରାଜ୍ୟର ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଯେ ବିଜେପିର ମନ୍ତ୍ରୀମଣ୍ଡଳର ଗୋଟିଏ ପରେ ଗୋଟିଏ ମନ୍ତ୍ରୀ ଓଡିଶାବାସୀଙ୍କ ସାମ୍ନାରେ ହଟ୍ଟହଟ୍ଟା ହେଉଛନ୍ତି । ନିକଟରେ ବିଷାକ୍ତ ମଦ ପିଇ କିଛି ଲୋକଙ୍କ ମୃତ୍ୟ ପରେ ବିବାଦ ଘେରକୁ ଟାଣି ହୋଇଯାଇଥିଲେ ଆବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଏହାପରେ ଆରଆଇ ଓ ଅମିନ ପରୀକ୍ଷାରେ ବାରମ୍ୱାର ଅନିୟମିତତା ନେଇ ଆଭିଯୋଗ ଆସୁଥିବା ସତ୍ତ୍ୱେ ଏବେ ପର୍ଯ୍ୟନ୍ତ ଚୁପ ବସି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଆଉ ଏବେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ପାଳି ପଡିଛି । ହଁ ଆଜ୍ଞା ନିକଟରେ ଦାରିଙ୍ଗବାଡି ଅଞ୍ଚଳରେ ଆମ୍ୱଟାକୁଆ ଖାଇ ଦୁଇ ଜଣଙ୍କ ଜୀବନ ଚାଲିଯିବା ଏବଂ ଛଅ ଜଣ ଗୁରୁତର ହେବା ଖବର ଆସିଥିଲା । ଯେଉଁଥିରେ ସ୍ୱାସ୍ଥ୍ୟବିଭାଗର ତର୍ପରତା ଦେଖିବାକୁ ମିଳିଥିଲେ ସୁଦ୍ଧା ଏହାକୁ ନେଇ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଯାଇଛି । କାହିଁକିନା ଲୋକଙ୍କୁ ତିନିମାସର ରାସନ ନମିଳିବା ଦ୍ୱାରା ଖାଇବାକୁ ନପାଇ ଲୋକେ ଆମ୍ୱ ଟାକୁଆ ଖାଇଥିଲେ ଏବଂ ପ୍ରାଣ ହରାଇଥିଲେ । ଲୋକଙ୍କ ପାଖରେ ଠିକ ଭାବରେ ରାସନ ନ ପହଞ୍ଚିବାରୁ ଏବଂ ପ୍ରଶାସନର ଏପରି ଅବହେଳା ପାଇଁ ଖାଇବାକୁ ନପାଇବାରୁ ବାଧ୍ୟ ହୋଇ ଆମ୍ୱ ଟାକୁଆ ଖାଇବା ଦ୍ୱାରା ଏପରି ଘଟଣା ଘଟିଛି । ଖାଦ୍ୟ ସୁରକ୍ଷାକୁ ନେଇ ଗତ ସରକାରଙ୍କ ସମୟରେ ଯେଉଁ କାର୍ଯ୍ୟ ହେଉଥିଲା ତାକୁ ଅଟକାଇବା ଦ୍ୱାରା ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଦମ୍ଭୋକ୍ତି ବାଢିଛନ୍ତି ରାଜନୈତିକ ସମୀକ୍ଷକ କେଦାର ମିଶ୍ର ।
You can share this post!
author