ପ୍ରଦୂଷଣ ଯନ୍ତ୍ରଣାରେ ଝଟପଟ ରାଜଧାନୀବାସୀ

ପ୍ରଦୂଷଣ ଯନ୍ତ୍ରଣାରେ ଝଟପଟ ରାଜଧାନୀବାସୀ

ପାଞ୍ଚ ଶହ ଟପିଗଲା ଦିଲ୍ଲୀରେ ଏକ୍ୟୁଆଇ ମାତ୍ରା । ବିଷ କବଳରେ ଦିଲ୍ଲୀବାସୀ । ବାୟୁ ପ୍ରଦୂଷଣରେ ଅଣନିଶ୍ୱାସୀ ଲୋକେ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନଦଣ୍ଡକୁ ପାର କଲା ଦିଲ୍ଲୀ ପ୍ରଦୂଷଣ । ଦିଲ୍ଲୀରେ ପୂର୍ବରୁ ଯେତିକି ବାୟୁ ପ୍ରଦୂଷଣ ଥିଲା, ଦୀପାବଳି ପାଳନ ପରେ ତାହା ଯଥେଷ୍ଟ ଅଧିକ ବଢ଼ିଯାଇଛି । ବାୟୁ ଗୁଣବତ୍ତା ଖରାପ ହେବାପରେ ଦିଲ୍ଲୀ-ଏନସିଆରର ଅବସ୍ଥା ପୂରାପୂରି ବିଗିଡ଼ି ଯାଇଛି । ତେବେବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଧାର‌୍ୟ୍ୟ ମାନଦଣ୍ଡଠାରୁ ଦିଲ୍ଲୀର ପ୍ରଦୂଷଣ ୬୫ ପ୍ରତିଶତ ଅଧିକ ରହିଛି । ଏହି ବାୟୁ ପ୍ରଦୂଷଣ ହେତୁ ଦିଲ୍ଲୀର ପ୍ରାୟ ୬୯ ପ୍ରତିଶତ ପରିବାର ଗଳା ଯନ୍ତ୍ରଣା, କାଶ ସମେତ ବିଭିନ୍ନ ପ୍ରଦୂଷଣ ଜନିତ ରୋଗରେ ପୀଡିତ ଅଛନ୍ତି।ଜାତୀୟ ରାଜଧାନୀ ଦୀପାବଳି ରାତିରେ ବାୟୁ ପ୍ରଦୂଷଣର ଉଚ୍ଚ ସ୍ତର ରେକର୍ଡ କରିଛି ଏବଂ ବାୟୁ ଗୁଣବତ୍ତା ସୂଚକାଙ୍କ ବା ଏକ୍ୟୁଆଇ ବିଭିନ୍ନ ସ୍ଥାନରେ ସର୍ବାଧିକ ୯୯୯ ସ୍ତରକୁ ବୃଦ୍ଧି ପାଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *