ଆଉ ଦିନ କେଇଟା ବାକି ଅଛି . ବୁଥରେ ପଡ଼ିବ ଭୋଟ ଲୋକେ ନିଜ ମନ ପସନ୍ଦର ନେତାଙ୍କୁ ବାଛିବେ .ଯିଏ ତାଙ୍କ ସୁଖ ଦୁଃଖରେ ଠିଆ ହେବ . ତେବେ ଝାଡଖଣ୍ଡ ବିଧାନସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ରହିଛି . ଏହା ପୂର୍ବରୁ ଭୋଟରକୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ରାଜନୈତିକ ଦଳ ମାନେ ଜୋର ସୋରରେ ଲାଗିପଡିଛନ୍ତି . ଉଭୟ ଶାସକ ଏବଂ ବିଜେପି କେହି କାହା ଠାରୁ କମ ନାହାନ୍ତି . ଏହାରି ଭିତରେ ବିଜେପି ତାର ମାଷ୍ଟର କାର୍ଡ ତଥା ଝାଡ଼ଖଣ୍ଡ ନିର୍ବାଚନ ପାଇଁ ସଂକଳ୍ପ ପତ୍ର ଜାରି କରିଛି . ରାଞ୍ଚିରେ ଏହାକୁ ଲୋକଙ୍କ ଆଗରେ ଘୋଷଣା କରିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ
ଏହା ସହିତ ଶାହ କହିଛନ୍ତି, ସୋରେନ୍ ସରକାର ଝାଡଖଣ୍ଡ ଅସ୍ମିତାକୁ ସୁରକ୍ଷା ଦେଇପାରିଲେ ନାହିଁ . ଝାଡଖଣ୍ଡର ରୁଟି, ମାଟି, ଝିଅଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଛନ୍ତି ସରକାର . ତେବେ ସମାନ ଅସ୍ମିତା କାର୍ଡ ବିଜେପିକୁ ଓଡିଶାରେ ୨୪ ବର୍ଷର ସରକାର ଆଗରେ ବିଜୟର ସ୍ବାଦ ଚଖାଇଥିଲା . ନବିନ ଙ୍କ ଚବିଶି ବର୍ଷର ସରକାର ଭୁଶୁଡି ପଡିଥିଲା ..ପରେ ମୋହନ ହୋଇଥିଲେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ . ସେହିଭଳି ସୁଭଦ୍ରା ଯୋଜନା , ମାଗଣା ବିଜୁଳି ଭଳି ପ୍ରତିଶ୍ରୁତି ଭୋଟରଙ୍କୁ ଆକର୍ଷିତ କରିଥିଲା .ଆଉ ମ୍ୟାଜିକ ନମ୍ବର ଠାରୁ ଅଧିକ ସଂଖ୍ୟାରେ ଜିତିଥିଲେ ବିଜେପି . ଏବେ ସମାନ ଢଙ୍ଗରେ ବିଜେପି ଝାଡଖଣ୍ଡରେ ମଧ୍ୟ ତାହାର ରଣନୀତି ପ୍ରସ୍ତୁତି କରିଛି . ଯାହା ସୋରେନ୍ ସରକାର ଉପରେ ଭାରି ପଡିପାରେ ବୋଲି ଚର୍ଚ୍ଚା .
ସବୁଠାରୁ ବଡ କଥା ହେଉଛି .ଏହି ସଂକଳ୍ପ ପତ୍ରରେ ଦଳ ଆଗାମୀ ୨୫ ବର୍ଷ ପାଇଁ ୨୫ଟି ପ୍ରତିଶ୍ରୁତି ହାଇଲାଇଟ କରିଛି . ସେଗୁଡିକ ମଧ୍ୟରେ ମହିଳାଙ୍କୁ ମାସିକ ୨୧୦୦ ଟଙ୍କା ଦେବେ ବୋଲି କୁହାଯାଇଛି . ଯଦି ରାଜ୍ୟରେ ବିଜେପି ସରକାରକୁ ଆସେ ତାହାଲେ ‘ଗୋଗୋ ଦିଦି’ ଯୋଜନାରେ ମହିଳାଙ୍କୁ ପ୍ରତି ମାସ ୨୧୦୦ ଟଙ୍କା ମିଳିବ . ଖାଲି ଏମିତି ନୁହେ ବର୍ଷକୁ ଦୁଇ ଥର ମାଗଣା ଏଲ୍ପିଜି ସିଲିଣ୍ଡର ଦିଆଯିବ . ତାହା ପୁଣି ଦୀପାବଳି ଓ ରାକ୍ଷୀପୂର୍ଣ୍ଣିମାରେ . ବର୍ଷକୁ ଦୁଇଥର ମାଗଣା ଏଲ୍ପିଜି ସିଲିଣ୍ଡର ନେଇ ଘୋଷଣା କରିଛି ବିଜେପି . ଆଉ ବାକି ଅନ୍ୟ ସମୟରେ ୫୦୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ଦିଆଯିବ ବୋଲି କୁହାଯାଇଛି . ଏତିସହିତ ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ମଧ୍ୟ ସଂକଳ୍ପପତ୍ରରେ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି .