ମାଣ୍ଡିପଙ୍କାରେ ପହଞ୍ଚିଲେ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା

ମାଣ୍ଡିପଙ୍କାରେ ପହଞ୍ଚିଲେ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା

ଦାରିଦ୍ର୍ୟତା କାରଣରୁ ଏ ପ୍ରକାର କରୁଣ ପରିସ୍ଥିତି ଘଟିଛି, ସରକାର ତଥା ପ୍ରଶାସନ ର ଅବହେଳା ଯୋଗୁଁ ସମସ୍ତ ପ୍ରକାର ଅବ୍ୟବସ୍ଥା ରେ ରହିଅଛି ଏହି ଅଞ୍ଚଳ, ସହରାଞ୍ଚଳ ବାସୀଙ୍କୁ ସମସ୍ତ ପ୍ରକାର ସରକାରୀ ସୁବିଧା ମିଳି ପାରୁଛି, ହେଲେ ସରକାର ଗରୀବ ଲୋକଙ୍କ ଆଳ ଦେଖେଇ କୋଟି କୋଟି ଟଙ୍କା ବିନିଯୋଗ କରୁଥିବା ର ବହାପା ମାରୁଛି, କିନ୍ତୁ ବାସ୍ତବ ଚିତ୍ର କିଛି ଓଲଟା ଦେଖିବାକୁ ମିଳୁଛି, ଆଦିବାସୀ ମାନଙ୍କ ଉନ୍ନତି ପାଇଁ ଆଦିବାସୀ ସମନ୍ଵୟ ସଂସ୍ଥା ଜରୀଆରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ ଏକତଃ ସରକାର ମିଛ କହୁଛନ୍ତି ନତୁବା ପ୍ରାସାସନିକ ଅଧିକାରୀ ମାନେ କାଗଜ କଲମ ରେ ସଠିକ୍ ଦର୍ଶାଇ ହରି ଲୁଟ କରୁଛନ୍ତି ଏଭଳି ମନ୍ତବ୍ୟ ଦେଇଛନ୍ତି କଂଗ୍ରେସର ପୁର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ।ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ରେ ଆମ୍ବ ଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଏବେ ମଧ୍ୟ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣା ଘଟିବା ପରେ ଏବେ ମାଣ୍ଡିପଙ୍କାକୁ ନେତା, ଅଫିସରଙ୍କ ସୁଅ ଛୁଟୁଛି।ଶନିବାର ଅପରାହ୍ନରେ କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଙ୍କ ନେତୃତ୍ୱ ରେ ଘୁ ଉଦୟଗିରି ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ,ବରିଷ୍ଠ ଓକିଲ ଦୀପକ ପଟ୍ଟନାୟକ, ଅମିରଚାନ୍ଦ ନାୟକ ଙ୍କ ସମେତ ଜାତୀୟ କଂଗ୍ରେସ ର ଏକ ପ୍ରତିନିଧି ଦଳ ମାଣ୍ଡିପଙ୍କାରେ ପହଞ୍ଚି ମୃତକଙ୍କ ଶୋକସନ୍ତପ୍ତ ପରିବାରକୁ ଭେଟି ସାନ୍ତ୍ଵନା ଦେବା ସହ ଏବେ ବି ଗ୍ରାମରେ ଭୋକ ପାଇଁ ଆମ୍ବ ଟାକୁଆ ଖାଇବା ଜାଣି ଉଦ୍‌ବେଗ ପ୍ରକାଶ କରିଛନ୍ତି।ଇତି ମଧ୍ୟରେ ସେ ପିଡିିଏସ୍‌ ଚାଉଳ ସଠିକ୍‌ ସମୟରେ ଲୋକଙ୍କୁ ମିଳୁ ନ ଥିବା ଓ ଅକ୍ଟୋବର ମାସର ଚାଉଳ ନଭେମ୍ବରରେ ବଣ୍ଟନ କରାଯାଉଥିବା ନେଇ କ୍ଷୋବ ପ୍ରକାଶ କରିଛନ୍ତି।
ସେହିପରି ପଡିିଏସ୍‌ ମାତ୍ର ୫ କେଜି ଲେଖାଏ ଚାଉଳ ନିଅଣ୍ଟିଆ ହେଉଛି। ତେଣୁ ସରକାର ସହର ତଥା ଉନ୍ନୟନ ଅଞ୍ଚଳ ଛାଡି ଏଭଳି ଦୁର୍ଗମ ଅପହଞ୍ଚ ଗ୍ରାମରେ ଅତି କମରେ ଜଣଙ୍କ ପିଛା ୧୫ କିଲୋ ଚାଉଳ ଦେବାକୁ ପଦକ୍ଷେପ ନିଅନ୍ତୁ ବୋଲି ସେ କହିଛନ୍ତି।ଏହି ଗ୍ରାମ ରେ ନେଟୱାର୍କ, ରାସ୍ତା ସମ୍ପ୍ରସାରଣ , ମନରେଗା ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଆବାସ ଯୋଜନା, ପାନୀୟ ଜଳ ଯୋଗାଣ, ଜଳ ସେଚିତ ଚାଷ ଜମି ର ବିକାଶ, ଶିକ୍ଷା ସ୍ବାସ୍ଥ୍ୟ ଆଦି ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ସରକାର ଗୁରୁତ୍ୱ ଦେଉ ନଥିବା କହିବା ସହ ଏତେ ବଡ଼ ଘଟଣା ସାରା ରାଜ୍ୟ ତଥା ରାଜ୍ୟ ବାହାରେ ଚହଳ ସୃଷ୍ଟି କରିଥିବା ବେଳେ କନ୍ଧମାଳ ଜିଲାପାଳ ଏବେ ପର୍ଯ୍ୟନ୍ତ ମାଣ୍ଡିପଙ୍କାରେ ପହଞ୍ଚି ନଥିବା ନେଇ ଶ୍ରୀକାନ୍ତ ଜେନା ଉଦ୍‌ବେଗ ପ୍ରକାଶ କରଛନ୍ତି। ଜିଲ୍ଲାପାଳ କେବଳ ବ୍ରାହ୍ମଣୀଗାଁ ମେଡ଼ିକାଲ ପରିଦର୍ଶନ କରି ଫେରିଗଲେ ଲୋକଙ୍କ ସମସ୍ୟା କୁ କଣ ଉପଲବ୍ଧି କଲେ, ବୋଲି ସେ ପ୍ରଶ୍ନ କରିଛନ୍ତି,ନିକଟ ରେ ପ୍ରଧାନମନ୍ତ୍ରୀ ଆସି ଓଡ଼ିଶା ର ଆଦିବାସୀ ନେତା ବିର୍ସା ମୁଣ୍ଡା ଙ୍କ ଜୟନ୍ତୀ କାର୍ଯକ୍ରମ ରେ ଯୋଗ ଦେବାର କାର୍ଯକ୍ରମ ରହିଛି ହେଲେ ସୁଯୋଗ ମିଳିଲେ ପ୍ରକୃତ ବିର୍ଷାମୁଣ୍ଡା ଙ୍କୁ ଏଠାକୁ ଆସି ଦେଖିବାକୁ କହିବେ ବୋଲି ପ୍ରକାଶ କରିଛନ୍ତି। ତାଙ୍କ ର ଏହି ଗସ୍ତ ସମୟରେ ଘୁ ଉଦୟଗିରି ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ପୁର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ପୂର୍ବତନ ଜିଲ୍ଲା ସଭାପତି ଅନାମ ନାୟକ କାର୍ଯ୍ୟକାରୀ ଜିଲ୍ଲା ସଭାପତି ଚନ୍ଦ୍ର ପରିଡ଼ା, ସାଂସଦ ପ୍ରାର୍ଥୀ ଅମିର ଚାନ୍ଦ ନାୟକ ବ୍ଲକ ସଭାପତି ସନ୍ତୋଷ ପ୍ରଧାନ ସମିତି ସଭ୍ୟା ରୂଦା ମଲ୍ଲିକ ବରିଷ୍ଠ କର୍ମୀ ସୁରେନ୍ଦ୍ର ସାହୁ କ୍ଳେଶ ପ୍ରଧାନ, ବିଧାୟକ ପ୍ରତିନିଧି ପିଟର ଦିଗାଲ ସମେତଅଞ୍ଚଳ ର ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ।

author

Related Articles

Leave a Reply

Your email address will not be published. Required fields are marked *