ଆକ୍ସନ ମୋଡରେ ଅଭିନେତା ତଥା ନେତା ବିଜୟ ଥାଲାପଥି । ରାଜନୀତିରେ ଏଣ୍ଟ୍ରି ମାରୁ ମାରୁ ମୋଦି ସରକାରଙ୍କ ଯୋଜନାକୁ ବିରୋଧ କରିଛନ୍ତି ବିଜୟ । ନୂଆ କରି ବିଜୟ ଗଢିଥିବା ଦଳ ତାମିଲଗା ଭେଟ୍ରି କାଝଗମ ମୋଦି ସରକାରଙ୍କ ‘ୱାନ ନେସନ୍-ୱାନ ଇଲେକ୍ସନ’ ଯୋଜନାକୁ ବିରୋଧ କରି ଏକ ସଂକଳ୍ପ ପାରିତ କରିଛି। କିଛିଦିନ ହେବ ସମଗ୍ର ଦେଶରେ ଗୋଟିଏ ସମୟରେ ନିର୍ବାଚନ କରାଇବାକୁ କେନ୍ଦ୍ର ସରକାରଙ୍କ ଯୋଜନାକୁ ନେଇ ବିରୋଧୀ ଓ ବିଜେପି ମୁହାଁମୁହିଁ ସ୍ଥିତିରେ। ଏଭଳି ପରିସ୍ଥିତିରେ ଏହାକୁ ବିରୋଧ କରି ଏକ ସଂକଳ୍ପ ପାରିତ କରିଛନ୍ତି ବିଜୟ। ଏତିକି ନୁହେଁ, ତାମିଲନାଡ଼ୁରୁ ନ୍ୟାଶନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (NEET)ହଟାଇବାକୁ ମଧ୍ୟ ଦାବି କରିଛି ବିଜୟଙ୍କ ଦଳ।
You can share this post!
author