ବିଜେପି କର୍ମୀଙ୍କ ଗୋଷ୍ଠୀ କନ୍ଦଳ

ବିଜେପି କର୍ମୀଙ୍କ ଗୋଷ୍ଠୀ କନ୍ଦଳ

କଣ୍ଟାମାଳ ବ୍ଲକରେ ଚାଲିଥିବା ପଞ୍ଚାୟତ ସମିତି ବୈଠକରେ ସାଂସଦ ପ୍ରତିନିଧିଙ୍କୁ ବିଜେପି କର୍ମୀମାନେ ତୀବ୍ର ବିରୋଧ କରିଥିଲେ ।କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ବ୍ଲକ ପ୍ରତିନିଧି ଦୀପକ ବାରିକ ଆସୁଥିବା ଖବର ପାଇ ବିଜେପି କର୍ମୀ ମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅଟକାଇ ଥିଲେ । ଶ୍ରୀ ବାରିକ ବ୍ଲକ କାର୍ଯ୍ୟାଳୟକୁ ଯିବାକୁ ଉଦ୍ୟମ କରୁଥିବା ବେଳେ ବିଜେପି କର୍ମୀ ତାଙ୍କୁ ଘେରି ଦେଇଥିଲେ ।ଦୀପକ ଓ ବିଜେପି କର୍ମୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।କିଛି ସମୟ ପାଇଁ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ କଣ୍ଟାମାଳ ପୋଲିସ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ସହ ବିଧାୟକଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା । ପରେ ବିଜେପି କର୍ମୀ ମାନେ ଦୀପକଙ୍କୁ ଅନ୍ୟତ୍ର ନେଇ ଯାଇଥିଲେ ।କିନ୍ତୁ ଦୀପକ ସମିତି ବୈଠକକୁ ଯାଇ ପାରି ନ ଥିଲେ ।ଆଜିର ଏଭଳି ଘଟଣାକୁ ଦେଖି ବିଜେପି କର୍ମୀଙ୍କ ଗୋଷ୍ଠୀ କନ୍ଦଳ ସ୍ପଷ୍ଟ ବାରି ହେଉଥିବା ବେଳେ ସାଧାରଣରେ ଏହାକୁ ନିନ୍ଦା କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *