ପୁଣି ଓଡିଶାବାସୀ ଦେଖିବେ ନବୀନ ମ୍ୟାଜିକ । ଓଡିଶାର ରାଜନୈତିକ ସମୀକରଣ ବଦଳାଇବାକୁ ନବୀନ ନିବାସରେ ପ୍ରସ୍ତୁତ ହେଉଛି ବ୍ଲୁପ୍ରିଣ୍ଟ । ହଁ ଦର୍ଶକବନ୍ଧୁ ଓଡିଶା ରାଜନୀତିର ବର୍ଷୀୟାନ ନେତା ତଥା ପାଞ୍ଚ ପାଞ୍ଚ ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ସାଧାରଣ ନିର୍ବାଚନରେ ପରାଜୟ ସିନା ହେଲା କିନ୍ତୁ ନବୀନଙ୍କ ଲୋକପ୍ରିୟତା ବଢିଗଲା । ଏକଥା ଆମେ କାହିଁକି କହୁଛୁ ତାହା ତ ଆପଣମାନଙ୍କୁ ଠିକ ଜଣା । ମୁଖ୍ୟମନ୍ତ୍ରୀ ଥିବା ସମୟରେ ନବୀନଙ୍କୁ ଲୋକମାନେ ଯେତିକି ଭଲପାଉଥିଲେ ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପରେ ନବୀନଙ୍କ ଲୋକପ୍ରିୟତା ଦ୍ୱିଗୁଣିତ ହୋଇଯାଇଛି । ନିର୍ବାଚନର ଶୋଚନୀୟ ପରାଜୟ ପରେ ନିଜର ସଦସ୍ୟତା ଅଭିଯାନ ଓ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରି ବିଜେଡି ପୁଣିଥରେ ନିଜର ପୂର୍ବାବସ୍ଥାକୁ ଫେରିବାର ପ୍ରୟାସ ଜାରି ରଖିଛି । ତେବେ ମିଳିଥିବା ପୂର୍ବ ସୂଚନା ମୁତାବକ ନଭେମ୍ୱର ମାସରୁ ପଦାକୁ ବାହାରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ନବୀନଙ୍କୁ ଦେଖିବା ପାଇଁ ଚାହିଁ ରହିଛନ୍ତି ଲୋକେ । ପୁଣିଥରେ ଓଡିଶାରେ ନବୀନ ମ୍ୟାଜିକ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି । ବାତ୍ୟା ଦାନା ପାଇଁ ବିଜେଡି ନିଜର ଦ୍ୱିତୀୟ ପର୍ଯ୍ୟାୟ ସଭ୍ୟ ସଂଗ୍ରହ ଅଭିଯାନକୁ ଘୁଞ୍ଚାଇ ନଭେମ୍ୱରରେ କରିବା ପାଇଁ ସୂଚନା ରହିଥିଲା । କିନ୍ତୁ ଏବେ ପର୍ଯ୍ୟନ୍ତ ନବୀନ ପଦାକୁ ନ ବାହାରିବା ଏବେ ଅନେକ ଆଲୋଚନା ଚର୍ଚ୍ଚା ସୃଷ୍ଟି କରୁଛି । ନିକଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ ସୁରକ୍ଷା ବ୍ୟବସ୍ଥାକୁ କୋହଳ କରାଯାଇଛି । ତାଙ୍କୁ ଯୋଗାଇ ଦିଆଯାଉଥିବା ଜେଡ ପ୍ଲସ ସୁରକ୍ଷାକୁ ପ୍ରତ୍ୟାହାର କରିନିଆଯାଇଛି । ନିକଟରେ ବସିଥିବା ସୁରକ୍ଷା କମିଟିର ସୁପାରିଶ ଆଧାରରେ ଏପରି କିଛି ନିଷ୍ପତ୍ତି ନିଆଯାଇଛି । ଜେଡ ବର୍ଗର ସୁରକ୍ଷା ହଟାଇ ନବୀନଙ୍କୁ ୱାଇ ପ୍ଲସ ସୁରକ୍ଷା ଯୋଗାଇ ଦିଆଯିବ । ଯେହେତୁ ନବୀନ ପଟ୍ଟନାୟକ ପାଞ୍ଚ ପାଞ୍ଚ ଥରର ମୁଖ୍ୟମନ୍ତ୍ରୀ ତେଣୁ ତାଙ୍କୁ ୱାଇ ପ୍ଲସର ସୁରକ୍ଷା ଯୋଗାଇ ଦେବାକୁ ନେଇ ତେବେ ବିଭିନ୍ନ ମହଲରୁ ଏହାକୁ ତୀବ୍ର ବିରୋଧ କରାଯାଉଥିବା ବେଳେ ନିନ୍ଦା ମଧ୍ୟ କରାଯାଉଛି । ମାତ୍ର ଦୁଇ ଜଣ ହାବିଲଦାରଙ୍କ ସହ ନଭେମ୍ୱରରେ ପଦାକୁ ବାହାରିବା ପାଇଁ ରେଡ୍ଡି ହେଲେଣି ନବୀନ ।
You can share this post!
author