ଇସ୍କନର ଅଦିନିଆ ରଥ ଯାତ୍ରାକୁ ନେଇ ରାଜ୍ୟରେ ଅସନ୍ତୋଷ ଦେଖାଦେଇଛି । ଅଦିନରେ ମହାପ୍ରଭୁଙ୍କ ରଥ ଯାତ୍ରା ହେଉଥିବାରୁ ଇସ୍କନକୁ ଚେତାବନୀ ମଧ୍ୟ ମିଳିଛିା ଆଉ ଏ ପ୍ରସଙ୍ଗରେ ଏବେ ଗଜପତି ମହାରାଜା ତତ୍ପରତା ଦେଖାଇଛନ୍ତି । ସାମ୍ବାଦିକ ସମ୍ମିଳନୀ ଜରିଆରେ ଇସ୍କନଙ୍କୁ କଡା ଚେତାବନୀ ଦେଇଛନ୍ତି । ବହୁତ ହୋଇଗଲା ଆଉ ବରଦାସ୍ତ କରାଯିବନି ବୋଲି କହିଛନ୍ତି ଗଜପତି । ଏହା ସହ ମାର୍ଚ୍ଚ ପର୍ଯ୍ୟନ୍ତ ଇସ୍କନକୁ ସମୟ ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଗଜପତି ମହାରାଜ କହିଛନ୍ତି, ଅଦିନିଆ ରଥଯାତ୍ରା ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ କରୁଛି ।
ଶ୍ରୀମନ୍ଦିର ପରମ୍ପରା ଭାଙ୍ଗିବା ଠିକ୍ ନୁହେଁ । ଏହି ଅଦିନିଆ ରଥଯାତ୍ରା ବନ୍ଦ ନକଲେ ଆଇନଗତ ବିକଳ୍ପ ନେଇ ବିଚାର କରାଯିବ ବୋଲି ଗଜପତି ମହାରାଜ ଦିବ୍ୟସିଂହ ଦେବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଅନ୍ୟ ଧର୍ମରେ ହୋଇଥିଲେ ଏହାକୁ ସହ୍ୟ କରିନଥାନ୍ତେ । ମାର୍ଚ୍ଚ ମାସ ଯାଏଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ । ମାର୍ଚ୍ଚରେ ଇସ୍କନର ପରିଚାଳନା କମିଟି ବୈଠକ ବସିବ ବୈଠକରେ ଯଦି ମାନିଯିବେ, ଭଲ କଥା। ନହେଲେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ ।