ମହାରାଷ୍ଟ୍ର ପୋଲିସ୍ ର ଅସାବଧାନତା ଯୋଗୁଁ ଚକମା ଦେଇ ଖସି ଗଲା ଅଭିଯୁକ୍ତ ଗଞ୍ଜେଇ ମାଫିଆ l ଗୋଡ଼ରେ ଲାଗିଥିଲା ଲୁହାକଡ଼ି ହାତରେ ବନ୍ଧା ହୋଇଥଲା ହାତକଡି l ସୂଚନା ଅନୁସାରେ ମହାରାଷ୍ଟ୍ର ପୋଲିସ୍ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଗିରଫ କରିଥିଲା ମୋହନା ବ୍ଲକ୍ ଅନ୍ତର୍ଗତ ହିକିରିମା ନୂଆଁ ସାହିର ଜୁଏଲ୍ ଶବରକୁ।ଗତ ୨୭ ତାରିଖ ଅକ୍ଟୋବର ମାସରେ ୨୪ କିଲୋ ଗଞ୍ଜେଇ ଚୋରାଚଲାଣ ଅଭିଯୋଗରେ ମହାରାଷ୍ଟ୍ର ଆକୋଲା ପୋଲିସ ଷ୍ଟେସନ ରେ ଗିରଫ୍ କରିଥିଲା ଅଭିଯୁକ୍ତକୁ l ଗିରଫ ପରେ ଅନ୍ୟ ଅଭିଯୁକ୍ତକୁ ଧରିବା ପାଇଁ ରିମାଣ୍ଡରେ ଆଣିଥିଲା ମହାରାଷ୍ଟ୍ର ପୋଲିସ l ତେବେ ସ୍ଥାନୀୟ ପୋଲିସକୁ ସୂଚନା ନଦେଇ ମୋହନା ବଜାରରେ ଥିବା ଏକ ଲଜ୍ ରେ ରାତି ଦୁଇଟା ସମୟରେ ପହଞ୍ଚି ସକାଳ ୭ଟାରେ ରୁମ୍ ରେ ରଖିଥିଲା। ଜୁଏଲ୍ ର ହାତରେ ହାତକଡ଼ି ଓ ଗୋଡ଼ରେ ଲୁହା ବେଡ଼ି ପକାଯାଇଥିଲା। ତଥାପି ପୋଲିସକୁ ଚକମା ଦେଇ ହାତ ବେଡ଼ି ଖୋଲି ଗୋଡ଼ରେ ବେଡି ଲାଗିଥିବା ସତ୍ୱେ ଲଜରୁ ଖସି ଯାଇଥିଲା ଜୁଏଲ l ଜୁଏଲ ଲଜରୁ ଖସିଯିବାର ଦୃଶ୍ୟ ଲଜ୍ ର ସିସି କ୍ୟାମେରାରେ ରେକର୍ଡ ହୋଇଥିବା ଦେଖିବାକୁ ମିଳିଛି | ତେବେ ମହାରାଷ୍ଟ୍ର ପୋଲିସ ଏପିଆଇ ପଙ୍କଜ ଢ଼ୋକେଙ୍କୁ ପଚରାଯିବାରୁ ଏ ସମ୍ପର୍କରେ ମୁହଁ ଖୋଲି ନଥିବା ବେଳେ ମୋହନା ଓ ଅଡ଼ବା ପୋଲିସ୍ ଖୋଜିବାରେ ବ୍ୟସ୍ତ ଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ଧରାପଡ଼ିନଥିବା ବେଳେ କେବେ ଗଞ୍ଜେଇ ମାଫିଆକୁ ପୋଲିସ ଧରିବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
You can share this post!
author
Related Articles
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା
- November 5, 2024
ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼
- November 4, 2024
ସଭାରେ ମାହାଙ୍ଗା ବିଧାୟକ କହିଲେ ଏମିତି
- November 4, 2024