ସାମ୍ନାକୁ ଆସିଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଡବଲ ଚେହେରା । କ୍ୟାମେରା ଆଗରେ ଗୋଟିଏ ଏବଂ କ୍ୟାମେରା ପଛରେ ଆଉ ଗୋଟିଏ ଚେହେରା ଦେଖାଉଛନ୍ତି ମୋହନ । ହଁ ଆଜ୍ଞା , ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକଙ୍କ ମୁଖ୍ୟମନ୍ତ୍ରୀ । ବିଜେପି ସରକାର ଲୋକଙ୍କ ସରକାର । ଏ ନାରା ବିଜେପି ସରକାରକୁ ଆସିବା ଦିନଠାରୁ ଦେଉଛି । ଏପରିକି ଏହାକୁ ପ୍ରମାଣିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାଧାରଣ ଲୋକଙ୍କ ସହ ତୃଣମୂଳ ସ୍ତରରୁ ମିଶୁଛନ୍ତି । କୌଣସି ବାଛ ବିଚାର ନକରି ସମସ୍ତଙ୍କ ଘରେ ଭୋଜନ କରିବା ସହ ସେମାନଙ୍କୁ ଭେଟୁଛନ୍ତିା ଏବଂ ସାଧାରଣ ଲୋକଙ୍କୁ ବିଜେପି ପ୍ରତି ଆକର୍ଷିତ କରୁଛନ୍ତି । କିନ୍ତୁ ମୋହନ ଏପରି କରିବା ପଛର ରହସ୍ୟ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । କାରଣ ମୋହନ ଏ ସବୁ କେବଳ କ୍ୟାମେରା ଆଟେନସନ ପାଇବା ପାଇଁ ଏବଂ ଗଣମାଧ୍ୟମରେ ହାଇଲାଇଟ ହେବା ପାଇଁ କରୁଥିବା ଏବେ ଚର୍ଚ୍ଚା ହେଉଛି । ତେବେ ଥରେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ । କିପରି ମୁଖ୍ୟମନ୍ତ୍ରୀ କ୍ୟାମେରା ଆଟେନସନ ପାଇଁ ସାଧାରଣ ଲୋକଙ୍କୁ ସାଇଡ କରୁଛନ୍ତିା କ୍ୟାମେରା ଆଗରେ ନିଜକୁ ପ୍ରଦର୍ଶିତ କରିବା ପାଇଁ ସାଧାରଣ ଲୋକଟିକୁ ରାସ୍ତାରୁ ହଟାଇ ଦେଉଛନ୍ତିା ଏବଂ ନିଜେ ପବ୍ଲିସିଟି ପାଇବା ପାଇଁ ଫଟୋ ଉଠାଉଛନ୍ତି । ଏପରିକି କ୍ୟାମେରା ଧରିଥିବା ଲୋକଙ୍କୁ ମଧ୍ୟ ଇସାରାରେ ଏବେ ଫଟୋ ଏବଂ ଭିଡିଓ କରନ୍ତୁ ବୋଲି ଇସାରାରେ କହୁଛନ୍ତିା ଯାହାର ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଏବଂ ଏଥିପାଇଁ ମୋହନଙ୍କୁ ତୀବ୍ର ସମାଲୋଚନା କରାଯାଉଛି । । ଖାଲି ସେତିକି ନୁହେଁ ଲୋକଟି କ୍ୟାମେରା ଆଗକୁ ଆସୁଥିବାରୁ ତାଙ୍କୁ ଏ ସିଆଡେ ଯାଆ ବୋଲି ମଧ୍ୟ କହୁଛନ୍ତିା ଆଉ ମୁଖ୍ୟମନ୍ତ୍ରୀଙ୍କ ଏପରି ବ୍ୟବହାରକୁ ସାଧାରଣରେ ନାପସନ୍ଦ କରାଯାଉଛି ।
You can share this post!
author