ନଭେମ୍ବର ୨୧ରୁ ଧାନ କିଣା

ନଭେମ୍ବର ୨୧ରୁ ଧାନ କିଣା

ନଭେମ୍ବର ତୃତୀୟ ସପ୍ତାହ ଅର୍ଥାତ୍ ୨୧ ତାରିଖରୁ ଆରମ୍ଭ ହେବ ଖରିଫ ଧାନ କିଣା । ବରଗଡ ଜିଲ୍ଲାରୁ ଧାନକିଣା ପ୍ରକିୟା ଆରମ୍ଭ ହେବ । ଚାଷୀଙ୍କ ଠାରୁ ରାଜ୍ୟ ସରକାର ଧାନ କ୍ୱିଣ୍ଟାଲ ପିଛା ୩୧ଶହ ଟଙ୍କାରେ କିଣିବେ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ସହିତ ରାଜ୍ୟ ସରକାର ଇନପୁଟ ସହାୟତା ୮୦୦ ଟଙ୍କା ମିଶାଇ ଦେବେ । ଧାନ କିଣା ସରିବା ଯାଏ ଅଧିକୃତ ଅଧିକାରୀ ମଣ୍ଡିରେ ରହିବା ନେଇ ସୂଚନା ମିଳିଛି । ୪ ରୁ ୫ଟି ମଣ୍ଡିକୁ ନେଇ ଜଣେ ଲେଖାଁଏ ସୁପରଭଇଜର ରହିବେ । ମଣ୍ଡିରେ ରହିବ କ୍ୱାଲିଟି ଟେଷ୍ଟିଙ୍ଗ୍ ମେସିନ। ଧାନର ଏଫକ୍ୟୁ ମାନ ଯାଞ୍ଚ କରାଯିବ । ମଣ୍ଡିରୁ ରାଇସ ମିଲ ପର‌୍ୟ୍ୟନ୍ତ ଧାନ ପରିବହନ ବ୍ୟବସ୍ତା ତଦାରଖ କରିବ ପରିବହନ ବିଭାଗ।

author

Related Articles

Leave a Reply

Your email address will not be published. Required fields are marked *