ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଠାରେ ଥିବା ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରୁ ଚୋରି ହୋଇଥିବା ଜଣାପଡିଛି। ଏହାକୁ ନେଇ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।ଆଜି ଭୋରରୁ ମନ୍ଦିରର ପୂଜକ ମା’ ଦୈନନ୍ଦିନ ରୀତିନୀତି ପୂଜାକାର୍ଯ୍ୟ କରିବା ପାଇଁ ମନ୍ଦିରକୁ ଆସି ଦେଖିଲା ବେଳକୁ ମନ୍ଦିର ଦ୍ୱାର ଖୋଲାଅଛି।କେହି ଦୁର୍ବୁତ୍ତ ମନ୍ଦିରର ତାଲା ଭାଙ୍ଗିଥିବା ଦେଖିବାକୁ ପାଇଥିଲେ।ଏଥିସହ ଗର୍ଭଗୃହକୁ ଯିବା ନିମନ୍ତେ ରହିଥିବା ତିନୋଟି କବାଟର ତାଲାକୁ ଭାଙ୍ଗି କବାଟ ଖୋଲି ଚୋର ମନ୍ଦିର ମଧ୍ୟକୁ ପ୍ରବେଶ କରିଥିବା ଜାଣିବାକୁ ପାଇଥିଲେ।ଚୋରମାନେ ମନ୍ଦିର ବାହାରେ ଥିବା ଦାନହୁଣ୍ଡି ଭାଙ୍ଗି ସେଥିରେ ଥିବା ଲକ୍ଷାଧିକ ଟଙ୍କା ମଧ୍ୟ ଚୋରି କରି ନେଇଛନ୍ତି। ଏହାସହ ଗର୍ଭଗୃହରେ ରହିଥିବା ମା’ଙ୍କ ରୂପାର ଛତା, ରୂପାର ମୂକୁଟ ଓ ମୁଖାକୁ ମଧ୍ୟ ଚୋରି କରି ନେଇଛନ୍ତି। ଗୋଟିଏ ପଟେ ମନ୍ଦିରରେ ଆଲୋକିକରଣ ବ୍ୟବସ୍ଥା ନଥିବା ବେଳେ ସିସିଟିଭି ମଧ୍ୟ କିଛି ଦିନ ହେଲା କାମ କରୁନାହିଁ । ତେଣୁ ଏହାର ସୁଯୋଗରେ ଚୋରମାନେ ଏଭଳି କାଣ୍ଡ ଘଟାଇଛନ୍ତି। ଖବରପାଇ ପୁରୁଷୋତ୍ତମପୁର ଏସ.ଡି.ପି.ଓ, ଥାନା ଅଧିକାରୀ, ତହସିଲଦାର ପହଞ୍ଚି ତଦନ୍ତ ଚଳାଇଛନ୍ତି।ତେଣୁ ଆଜି ୨ଘଣ୍ଟା ବିଳମ୍ବରେ ମା’ଙ୍କ ରୀତିନୀତି ଆରମ୍ଭ ହୋଇଥଲା।ଆଉ ଏଥିପାଇଁ ମନ୍ଦିର ପ୍ରଶାସନର ଅବହେଳା ମୁଖ୍ୟ କାରଣ ବୋଲି ଅଭିଯୋଗ ହୋଇଛି।
You can share this post!
author
Related Articles
ସାବାଡ ହେବେ ଅମାନିଆ ମୋ ବସ୍ ଡ୍ରାଇଭର
- November 6, 2024
କାହିଁକି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ମୋହନ !
- November 6, 2024
ଆକ୍ସନ ମୁଡରେ ନବୀନ; ସୋସିଆଲ ମିଡିଆରେ ଦେଲେ କଡା ଜବାବ
- November 6, 2024