ଦଳ ଡିଆଁ ଭୟରେ ଶାସକ-ବିରୋଧୀ

ଦଳ ଡିଆଁ ଭୟରେ ଶାସକ-ବିରୋଧୀ

ରାଜ୍ୟରେ ଥମୁନି ଦଳ ବଦଳ ଚର୍ଚ୍ଚା । ନିବାଚନ ସରିବାର ୫ ମାସ ପରେ ବି ଦଳ ଡିଆଁ ଚର୍ଚ୍ଚା ବଢି ବଢି ଚାଲିଛି । କେତେବେଳେ ବିଜେପି ବିଧାୟକ ବିଜେଡି ଲିଙ୍କରେ ଥିବା ବିଜେପି ନେତା ଦାବି କରୁଛନ୍ତି ତ ଆଉ କେତେବେଳେ ବିଜେପି ନେତା ବିଜେଡି ଲିଙ୍କରେ ଥିବା ବିଜେଡି ନେତା ଦାବି କରୁଛନ୍ତି । ଆଉ ଏହାକୁ ନେଇ ରାଜନୀତିରେ ତର୍କ ବିତର୍କ ମଧ୍ୟ ଲାଗି ରହିଛି । କିଏ ସେହି ନେତା ଯେଉଁମାନେ ଦଳ ବଦଳ ପାଇଁ ରେଡି ହେଉଛନ୍ତି ତାକୁ ନେଇ ସସପେନ୍ସ ବଢୁଛି । ତେବେ କିଛି ଦିନ ପୂବରୁ ବିଜେଡି ରାଜ୍ୟ ସଭା ସାଂସଦ ମୁନ୍ନା ଖାନ ବିଜେଡିରେ ବିଜେପି ନେତା ସାମିଲ ହେବା ନେଇ ବୟାନ ଦେଇଥିଲେ । ଆଉ ତାଙ୍କ ବୟାନ ପରେ ଜଣଙ୍କ ପରେ ଜଣେ ବିଜେପି ନେତା ତାଙ୍କୁ କାଉଣ୍ଟର କରିବାକୁ ଯାଇ ବିଜେଡିକୁ ସମାଲୋଚନା କରୁଛନ୍ତି । ଆଉ ଏଥିରୁ ହିଁ ଉଭୟ ଶାସକ ଏବଂ ବିରୋଧୀଙ୍କୁ ଦଳ ଡିଆଁ ନେତାଙ୍କ ଭୟ ରହିଥିବା ଚର୍ଚ୍ଚା ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *